17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ୯୦ ଜଣ ଭାରତୀୟ ମୃତ

ହଜ୍‌ ଯାତ୍ରୀଙ୍କ ପାଇଁ ଗରମ କାଳ ; ୯୦ ଜଣ ଭାରତୀୟ ମୃତ

ଜେରୁଜେଲମ୍‌ : ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୬୪୫ ଜଣଙ୍କ ଜୀବନ ଗଲାଣି। ସେହି ମୃତକଙ୍କ ମଧ୍ୟରେ ୯୦ ଜଣ ଭାରତୀୟ ଅଛନ୍ତି ବୋଲି ଖବରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, କେତେକଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି। କାରଣ ସେମାନଙ୍କ ମଧ୍ୟରେ କିଛି ବୃଦ୍ଧ ମଧ୍ୟ ଥିଲେ। ଆଉ କେତେକ ପାଣିପାଗ ପରିସ୍ଥିତି କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ଥିବା ଜଣାଯାଇଛି। ଚଳିତବର୍ଷ ମେକାରେ ପୃଥିବୀର କୋଣଅନୁକୋଣରୁ ପ୍ରାୟ ୧.୮ ମିଲିୟନ୍‌ ଲୋକ ଯୋଗ ଦେଇଥିଲେ। ଚଳିତବର୍ଷ ମକାରେ ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ହଜ୍ ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ଏବଂ ସମସ୍ତ ମୁସଲମାନ ଏହାକୁ ଅନ୍ତତଃପକ୍ଷେ ଥରେ ସମ୍ପୂର୍ଣ୍ଣ କରିଥାନ୍ତି। ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ, ତୀର୍ଥଯାତ୍ରା ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ସୋମବାର ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛିଥିଲା ବୋଲି ସାଉଦି ଜାତୀୟ ପାଣିପାଗ କେନ୍ଦ୍ର କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking