17.1 C
Bhubaneswar
Wednesday, February 11, 2026
Homeଅପରାଧହିନ୍ଦୁ ନାବାଳକକୁ ପିଟି ପିଟି ହତ୍ୟା କଲେ ମୁସଲିମ

ହିନ୍ଦୁ ନାବାଳକକୁ ପିଟି ପିଟି ହତ୍ୟା କଲେ ମୁସଲିମ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି କିପରି ଅତ୍ୟାଚାର । ଥାନାରେ ପଶି ହିନ୍ଦୁଙ୍କୁ ଆକ୍ରମଣ କରୁଛନ୍ତି ବାଂଲାଦେଶୀ ମୁସଲମାନ। ବାଂଲାଦେଶ ସଂଖ୍ୟାଲଘୁଙ୍କ ପାଇଁ ରହିଥିବା ମାନବାଧିକାର କଂଗ୍ରେସ(ଏଚଆରସିବିଏମ) ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାରକୁ ନିନ୍ଦା କରିଛି। ଏଚଆରସିବିଏମ ସୂଚନା ଅନୁସାରେ, ଉତ୍ସବ ମଣ୍ଡଳ ନାମ ଜଣେ କଲେଜ ଛାତ୍ରକୁ ପୁଲିସ ଥାନାରେ ଅଟକ ରଖିଥିଲା। ପ୍ରଫେଟ ମହମ୍ମଦଙ୍କ ବିଷୟରେ ଉତ୍ସବ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପୁଲିସ ଥାନାକୁ ଆଣିଥିଲା। କିନ୍ତୁ କୌଣସି ଯାଞ୍ଚ କରାଯାଇ ନ ଥିଲା। ଏହା ପରେ ଉତ୍ତ୍ୟକ୍ତ ମୁସଲମାନମାନେ ଥାନାରେ ପଶି ନାବାଳକଙ୍କୁ ପିଟି ପିଟି ଲହୁଲୁହାଣ କରିଥିଲେ। ପରେ ନାବାଳକର ମୃତ୍ୟୁ ଘଟିଥିଲା। ଏହି ଘଟଣା ସମୟରେ ସେଠାରେ ଯବାନମାନେ ବି ଉପସ୍ଥିତ ଥିଲେ। ହେଲେ କେହି ପ୍ରତିବାଦ କରି ନ ଥିଲେ। ସେହିପରି କ୍ରକ୍ସ ବଜାର ଅଞ୍ଚଳରେ ଅନ୍ୟ ଜଣେ ହିନ୍ଦୁ ନାବାଳକ ସୁକାନ୍ତ ଦେ(୧୫)ଙ୍କୁ ଉତ୍ତ୍ୟକ୍ତ ମୁସଲମାନମାନେ ପିଟି ପିଟି ହତ୍ୟା କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking