32.1 C
Bhubaneswar
Saturday, September 28, 2024
Homeଓଡିଶାରଥଯାତ୍ରା ସୁପରିଚାଳନା ନେଇ ବୈଠକ ଅନୁଷ୍ଠିତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ସୁପରିଚାଳନା ନେଇ ବୈଠକ ଅନୁଷ୍ଠିତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରଥଯାତ୍ରା ସୁପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ତୁଲାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଇନମନ୍ତ୍ରୀଙ୍କ ଅଧକ୍ଷତାରେ ଆସନ୍ତା ସ୍ନାନଯାତ୍ରା ଓ ରଥଯାତ୍ରାର ସୁପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚଳିତବର୍ଷର ରଥଯାତ୍ରା ଆୟୋଜନ ମୁଖ୍ୟ ଚ୍ୟାଲେଞ୍ଜ ହେବ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହେଉଛି।

ବିନା ଦ୍ଵିଧାରେ ଠିକ ସମୟରେ ରଥଯାତ୍ରା ନୀତି ସମ୍ପର୍ଣ୍ଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ସମସ୍ତଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳିତ କରିବାକୁ ପଡିବ। ରଥାରୂଢ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ। ୧୯୭୧ ମସିହା ପରି ଚଳିତବର୍ଷ ରଥଯାତ୍ରା ଆମ ପାଇଁ ବଡ ଦାୟିତ୍ୱ। ସ୍ନାନପୂର୍ଣ୍ନିମା ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ସମସ୍ତଙ୍କ ଲକ୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହେଉ। ମହାପ୍ରଭୁଙ୍କ ଆର୍ଶୀବାଦରେ ରଥଯାତ୍ରା ଶୃଙ୍ଖଳିତ ହେବ। କାହାର କଣକଣ ଭୂମିକା ସେନେଇ ବୈଠକରେ ହୋଇଛି ଆଲୋଚନା।

ଚଳିତବର୍ଷ ରଥଯାତ୍ରା ବିରଳ ରଥଯାତ୍ରା,ଏଣୁ ଏହାକୁ ସୁରୁଖୁରୁରେ କରିବା ନେଇ ସମସ୍ତଙ୍କ ଦାୟିତ୍ୱ ରହିଥିବାରୁ ସହଯୋଗ ଲୋଡିଛନ୍ତି ଆଇନମନ୍ତ୍ରୀ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ସେବାୟତ ମାନଙ୍କ ସହ ଆଲୋଚନା ହୋଇଛି।ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା ହୋଇଥିବା ବେଳେ ନୀତି ଶୃଙ୍ଖଳିତ କରାଯାଇ ସବୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୃଥ୍ୱୀରାଜ। ୧୯୭୧ ମସିହାରେ ହୋଇଥିବା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟକୁ ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ରଥଯାତ୍ରା ଦିନ ଆହୁରି ନୀତି ଶୀଘ୍ର କରାଯିବାକୁ ଲକ୍ଷ କରାଯାଇଛି। ଅନ୍ୟପଟେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ସମ୍ପର୍କୀତ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ତେବେ ସିଂହଦ୍ଵାର ନିକଟରେ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚିବା ପରେ ପ୍ରଥମେ ଅରୁଣସ୍ତମ୍ବକୁ ମୁଣ୍ଡିଆ ମାରିବା ସହ ସିଂହଦ୍ଵାର ସମ୍ମୁଖରେ ଲମ୍ବ ହୋଇ ପ୍ରଣାମ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking