ନୂଆଦିଲ୍ଲୀ: ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ଆଧୁନିକ ବିକାଶର ଝଲକ ଦେଖି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଗର୍ବରେ ଫୁଲି ଉଠିଛି। ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା ନାଚର ଚମତ୍କାରୀ ପ୍ରଦର୍ଶନ, ସୁଗନ୍ଧିତ ଓ ସୁସ୍ୱାଦୁ କୋରାପୁଟ କଫି, ଆଧୁନିକ ଭାରତର ପ୍ରତୀକ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆମର ଅନନ୍ୟ ହସ୍ତତନ୍ତ ଶିଳ୍ପ ଏବଂ ପିପିଲିର ପାରମ୍ପରିକ ଚାନ୍ଦୁଆ କଳା – ଏସମସ୍ତ ଜାତୀୟ ମଞ୍ଚରେ ପ୍ରଦର୍ଶିତ ହେବା ଓଡ଼ିଶାର ପରମ୍ପରା ଓ ପ୍ରଗତିର ସୁନ୍ଦର ସମନ୍ୱୟର ପ୍ରମାଣ। ଏହା ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନା ସାକାର ହେଉଛି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିଜର ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖି ଆଧୁନିକୀକରଣର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।










