23.1 C
Bhubaneswar
Sunday, March 22, 2026
Homeଓଡିଶାଉତ୍କଳ ସେବା ନିବୃତ ସେନାନି ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଉତ୍କଳ ସେବା ନିବୃତ ସେନାନି ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ରୋଟାରୀ ଭବନରେ ଉତ୍କଳ ସେବା ନିବୃତ ସେନାନି ସଂଘ ଯାଜପୁର ଶାଖାର  ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଯାଇଅଛି। ସଭାପତି ଭେଟେରାନ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର  ରାଜ୍ୟ  ସଭାପତି କରୁଣା କର ନାଥ, ମୁଖ୍ୟ ସଂରକ୍ଷକ ଦେବରାଜ ସ୍ୱାଇଁ, ଉପଦ୍ଦେଷ୍ଟା ଅରୁଣ କୁମାର ପତି ପ୍ରମୁଖ ଯୋଗଦେଇ ସେବା ନିବୃତ ସୈନିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ବିଷୟରେ ମତାମତ ପ୍ରଦାନ କରିଥିଲେ । ସେବା ନିବୃତ ସୈନିକ ମାନଙ୍କ ପରିବାର ଓ ସହିଦ ହୋଇଥିବା ସୈନିକ ପରିବାରକୁ ସହାୟତା ଓ ସହଯୋଗ ନିମନ୍ତେ ସଂଘଟିତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକ ରେ ଜିଲା ର  ମଙ୍ଗଳପୁର ସୈନିକ ସଂଘ, ବରୀ ସଂଘ, ବାୟୁସେନା ସଂଘ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସେବା ନିବୃତ ସୈନିକ ମାନଙ୍କୁ ସଂଗଠିତ ରହିବା ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ଥିବା ଅସ୍ଥାୟୀ କମିଟି କୁ ସଦସ୍ୟ ମାନଙ୍କ ଅନୁମୋଦନ କ୍ରମେ ଏହି ବୈଠକ ରେ ସ୍ଥାୟୀ କମିଟି ଗଠନ କରାଯିବା ସହ ପ୍ରତେକ ବ୍ଲକ୍ ରେ ଦୁଇଜଣ ସଦସ୍ୟ ମାନଙ୍କୁ ପ୍ରତିନିଧି ସଦସ୍ୟ ଭାବେ ନିଆଯିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର କୋଣ ଅନୁକୋଣ ରୁ ଆସିଥିବା ସେବା ନିବୃତ ସୈନିକ ମାନେ ଯୋଗ ଦେଇ  ନିଜ ନିଜ ର ମତାମତ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking