ଜଗତସିଂହପୁର : ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବଖରା ସହିତ ଗୋଟିଏ ଗୁହାଳ ଘର । ପାରାଦୀପ ଉପକଣ୍ଠ ସିଜୁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ତେବେ ଅଗ୍ନିକାଣ୍ଡ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ । ବିଦ୍ୟୁତ ସଟ ସର୍କିଟ ରୁ ନିଆଁ ଲାଗିଛି ବୋଲି ଅନୁମାନ କରାଯାଇଛି । ସ୍ଥାନୀୟ ଲୋକେ ନିଆଁ ଜଳିବା ଦେଖି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇବେ ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପରିବେଶ ଶୋକାକୁଳ ଦେଖାଦେଇଛି ।










