ଭୁବନେଶ୍ୱର : ପିଆଜ ଦରରେ ଲାଗିଛି ନିଆଁ । ହାତ ମାରିବାକୁ ଲାଗୁଛି ଡର । ମହାରାଷ୍ଟ୍ର, , ଦିଲ୍ଲୀ , ଲକ୍ଷ୍ମୌରେ ପିଆଜ ଦର ରାତାରାତି ବୃଦ୍ଧି ପାଉଛି । ଯେଉଁଠି ଦୁଇଦିନ ପୂର୍ବରୁ ଏକ କେଜି ପିଆଜର ଦାମ ୪୦ରୁ ୫୦ଟଙ୍କା ଥିଲା ଏବେ ସେଠି ଦର ୮୦ରୁ ୯୦କୁ ବୃଦ୍ଧି ପାଉଛି । ଦରଦାମ ବଢିବା ପରେ ଖାଉଟିମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଖାଉଟି ନୁହଁନ୍ତି ଗ୍ରାହକଙ୍କ ମଧ୍ୟରେ ଚିନ୍ତା ପଡିଛି । କେବଳ ପିଆଜ ନୁହେଁ, କିଛି ସ୍ଥାନରେ ରସୁଣ ଦର ମଧ୍ୟ ଆକାଶଛୁଆଁ ହୋଇଥିବା ସୂଚନା ମିଳିଛି ।