28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିଲ୍ଡିଂରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୪ ସଦସ୍ୟ

ବିଲ୍ଡିଂରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୪ ସଦସ୍ୟ

ନୂଆଦିଲ୍ଲୀ: ଗତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ବିଲ୍ଡିଂରେ ନିଆଁ ଲାଗିଯିବାରୁ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଗତ ରାତି ପ୍ରୟ ୩ଟା ପରେ ପ୍ରେମ ନଗରର ଏକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ପାଖ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଘର ଭିତରୁ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ୪୮ ବର୍ଷୀୟ ହୀରା ସିଂହ, ପତ୍ନୀ ୪୬ ବର୍ଷୀୟା ନୀତୁ ସିଂହ ଓ ସେମାନଙ୍କ ଦୁଇ ପୁଅ ଅଛନ୍ତି । ନିଆଁ ଲାଗିବାର କାରଣ ଜଣାପଡ଼ିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking