ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କଡା ଆଭିମୁଖ୍ୟ । ମନ୍ତ୍ରୀ କହିଛନ୍ତି ଯେ ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ପୂରଣ କରାଯାଇପାରିବ ସେସବୁ ନିଶ୍ଚିତ ପୂରଣ ହେବ । ସରକାର ସବୁବେଳେ ଶିକ୍ଷକଙ୍କ ସହ ଅଛନ୍ତି । ପିଲାଙ୍କ ପାଠପଢା ଛାଡି ଆନ୍ଦୋଳନ କରିବା ଠିକ୍ ନୁହେଁ । ସରକାରଙ୍କୁ ଚାପଦେଲେ କୌଣସି କାମ ହେବନାହିଁ । କର୍ତ୍ତବ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଓଡ଼ିଶା ଜୁନିଅର ଶିକ୍ଷକ ସଂଘ ଭୁବନେଶ୍ୱରର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରି ଏହାର ପ୍ରତିବାଦକୁ ତୀବ୍ର କରିଛନ୍ତି।










