31.1 C
Bhubaneswar
Friday, October 18, 2024
Homeଓଡିଶାଘରୋଇ ମେଡିକାଲ ଅଙ୍ଗ ତସ୍କରୀକୁ ନେଇ ସାଙ୍ଘାତିକ ଅଭିଯୋଗ

ଘରୋଇ ମେଡିକାଲ ଅଙ୍ଗ ତସ୍କରୀକୁ ନେଇ ସାଙ୍ଘାତିକ ଅଭିଯୋଗ

କଟକ: କନ୍ଧମାଳର ବାବୁଲା ଦିଗଲଙ୍କ କଟକରେ ଅଙ୍ଗ ଚୋରି ଅଭିଯୋଗ । ଦୁର୍ଘଟଣାରେ ଆହତ ହୋଇ କଟକର ରୁଦ୍ର ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଡମିଟର କିଛି ଘଣ୍ଟା ପରେ ମୃତ ବୋଲି ଘୋଷଣା କରାଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠେଇ ଦିଆଯାଉଥିଲା। ମୁଣ୍ଡରେ ଆଘାତ ଥିଲା କିନ୍ତୁ ପେଟ ଚିରା ଯାଇଥିବା ଅଭିଯୋଗ । କଟକ ସଦର ଥାନା ଅଂଚଳ ରୁଦ୍ର ହସ୍ପିଟାଲରେ ପୋଲିସ । ଅଙ୍ଗ ତସ୍କରୀ ଅଭିଯୋଗ ଆସିଲା ପରେ ପହଁଚିଲା ପୋଲିସ । ସଦର ଥାନା ପୋଲିସର ଏକ ଟିମ ପହଂଚି ପଚାର ଉଚରା କଲା । ଅଙ୍ଗ ତସ୍କରୀ ନେଇ କନ୍ଧମାଳ ବାଲିଗୁଡା ଥାନାରେ ଏତଲା ହୋଇଛି । କବର ଖୋଳି ଭିତରୁ ବାହାର କରାଗଲା ମୃତ ଦେହ। ଘଟଣାକୁ ଅସ୍ବୀକାର କଲା ରୁଦ୍ର ମେଡିକାଲ । ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀ ଅଭିଯୋଗକୁ ନେଇ ତନାଘନା। ଅଭିଯୋଗକୁ ଖଣ୍ଡନ କଲେ ରୁଦ୍ର ହସ୍ପିଟାଲର ମ୍ୟାନେଜେର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking