17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇଲେ ନିଶାସକ୍ତ ଡ୍ରାଇଭର

ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇଲେ ନିଶାସକ୍ତ ଡ୍ରାଇଭର

ପୁଣେ : ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇଲେ ନିଶାସକ୍ତ ଡ୍ରାଇଭର। ଖାଇବା ଦେବାକୁ ମନା କରିବାରୁ ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଟ୍ରକ୍ ରେଷ୍ଟୁରାଣ୍ଟକୁ ଧକ୍କା ଦେଉଛି। ଏଥିସହ ରେଷ୍ଟୁରାଣ୍ଟ ବାହାରେ ପାର୍କି ହୋଇଥିବା କିଛି କାରକୁ ମଧ୍ୟ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଡ୍ରାଇଭର ଜଣକ ଟ୍ରକରେ ଷ୍ଟିଲ ଲୋଡ କରି ହାଇଦ୍ରାବାଦରୁ ପୁଣେ ଆସୁଥିଲେ। ପରେ ଭୋକ ଲାଗିବାରୁ ଟ୍ରକକୁ ପାର୍କିଂ କରି ରେଷ୍ଟୁରାଣ୍ଟ ଆଡକୁ ଯାଇଥିଲେ। ସେ ରେଷ୍ଟୁରାଣ୍ଟ ଭିତରକୁ ଯାଉଥିବା ବେଳେ ମ୍ୟାନେଜର ଙ୍କ ସହ ଦେଖା ହୋଇଥିଲା। ସେ ନିଶାସକ୍ତ ଥିବାରୁ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ ମ୍ୟାନେଜର। ଏପରିକି ଖାଇବା ଦେବାକୁ ମନା କରିଥିଲେ ମ୍ୟାନେଜର। ଯାହା ପରେ ରାଗିଯାଇ ଏଭଳି କାଣ୍ଡ କରିଥିଲା ଟ୍ରକ୍ ଡ୍ରାଇଭର। ଭିଡିଓଟି ସାମ୍ନାକୁ ଆସିବା ପରେ ଇନ୍ଦାପୁର ପୋଲିସ୍ ମଧ୍ୟପ୍ରଦେଶର ରେୱାର ମୂଳବାସିନ୍ଦା ଅମିତ କୁମାର ଜୋକୁଲାଲ ପଟେଲଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking