26.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶ୫ମହଲା କୋଠା ଉପରୁ ଶିଶୁ ଉପରେ ଗଳିପଡିଲା କୁକୁର ଆଉ ତାପରେ...

୫ମହଲା କୋଠା ଉପରୁ ଶିଶୁ ଉପରେ ଗଳିପଡିଲା କୁକୁର ଆଉ ତାପରେ…

ନୂଆଦିଲ୍ଲୀ : ମୁମ୍ବାଇର ଠାଣେସ୍ଥିତ ମୁମ୍ବ୍ରା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା । ୩ବର୍ଷର ଛୁଆକୁ ଧରି ମା ବାହାରିଥିଲା ବଜାର କିନ୍ତୁ ଉକ୍ତ ବଜାର ରାସ୍ତାରେ ମା’ କୋଳରୁ ତାର ଶିଶୁକୁ ଯମ ଟାଣି ନେବ ଏକଥା କିଏ ବା ଜାଣିଥିଲା। ତେବେ ମୁମ୍ବାଇର ମୁମ୍ବ୍ରା ଅଞ୍ଚଳରେ ଥିବା ବଜାରକୁ ମା’ ତାର ତିନିବର୍ଷର ଛୁଆକୁ ଧରି କିଛି ସାମଗ୍ରୀ କିଣିବାକୁ ଯାଇଥିଲା। ଏହି ସମୟ‌ରେ ରାସ୍ତାପାର୍ଶ୍ବରେ ଥିବା ୫ମହଲା କୋଠା ଉପରୁ ହଠାତ ଏକ କୁକୁର ଗଳି ପଡିଥିଲା ଶିଶୁ ଉପରେ । କୁକୁର ଆସି ସିଧା ଶିଶୁ ଉପରେ ପଡି ଯିବାରୁ ଶିଶୁ ଭାରସାମ୍ୟ ରକ୍ଷା କରି ନପାରି ରାସ୍ତାରେ ମୁଣ୍ଡମାଡ଼ି ପଡିଯାଇଥିଲା। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଦେଖି ମା’ ତାକୁ ତୁରନ୍ତ ଉଠାଇ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ଶିଶୁକୁ ସେଠାରେ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking