24.1 C
Bhubaneswar
Monday, March 23, 2026
Homeଓଡିଶାବାଲିଯାତ୍ରା ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଲା ବିବାଦ

ବାଲିଯାତ୍ରା ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଲା ବିବାଦ

କଟକ : କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ବିବାଦ ମୁଣ୍ଡ ଟେକିଛି। ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନେକ ଦାବି ରଖିଛି ବାଲିଯାତ୍ରା ମିଳିତ ମଞ୍ଚ। ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବା ଓ ଜମି ବର୍ଗଫୁଟ ପିଛା ଟଙ୍କା କୋହଳ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରିଛି ବାଲିଯାତ୍ରା ମିଳିତ ମଞ୍ଚ। ଏହା ବ୍ୟତୀତ କଟକ ବ୍ୟବସାୟୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉ। କାହିଁକି ନା ବାଲିଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। କଟକର ଟେଣ୍ଟ ହାଉସ, ଦୋଳି ବ୍ୟବସାୟୀ, ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ପ୍ରତିବର୍ଷ ବାଲିଯାତ୍ରା କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ଓ ଲାଭାନ୍ବିତ ହୋଇଥା’ନ୍ତି। କିନ୍ତୁ ବିଗତ କିଛି ବର୍ଷ ହେବ କଟକରେ ଲାଗି ରହିଥିବା କିଛି ଅସହିଷ୍ଣୁ ନିୟମ ବ୍ୟବସାୟୀମାନଙ୍କୁ କୁଠାରଘାତ କରିଛି। ଯାହାକୁ ଚଳିତବର୍ଷ ପରିବର୍ତ୍ତନ କରିବା ପାଇଁ ଦାବି କରିଛି ମଞ୍ଚ। ଯଦି ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ମଞ୍ଚ ଯେଉଁ ନିଷ୍ପତ୍ତି ନେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମଞ୍ଚ ଚେତାବନୀ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking