28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସୁଟକେସରୁ ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର

ସୁଟକେସରୁ ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର

ଚେନ୍ନାଇ : ରାସ୍ତାରେ ପଡ଼ିଥିଲା ଗୋଟିଏ ସୁଟକେସ୍ । ପରତ୍ୟକ୍ତ ଭାବେ ସୁଟକେସ ପଡ଼ିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଟିକିଏ ଭଲ କି ଲୋକମାନେ ସୁଟକେସକୁ ଦେଖିବାରୁ ସେଥିରୁ ଝରୁ ଥିଲା ରକ୍ତ । ବାସ୍ ଏହା ଦେଖି ପୂରା ଚେନ୍ନାଇରେ ଖେଳି ଯାଇଥିଲା ଆତଙ୍କ । ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଟକେସ ଖୋଲିବାରୁ ତା’ ଭିତରୁ ବାହାରିଥିଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର । ପୁଲିସ୍ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ତାଙ୍କ ନାଁ ମଣି । ସୁଟକେସ ମିଳିଥିବା ସ୍ଥାନ ଠାରୁ ମଣିଙ୍କ ଘର ମାତ୍ର ୧୦୦ ମିଟର । ତେଣୁ ପୁଲିସ ତାଙ୍କୁ ଅଟକ କରି ଅଧିକ ତଦନ୍ତ କରିଛି । ସୁଟକେସରୁ ମିଳିଥିବା ଖଣ୍ଡବିଖଣ୍ଡ ମୃତଦେହର ପରିଚୟ ମିଳିଛି ।

ଉକ୍ତ ମହିଳାଙ୍କ ନାଁ ଦୀପା । ତାଙ୍କ ଘର ମାଧବରାମ ଅଞ୍ଚଳରେ । ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଚେନ୍ନାଇର କୁମାରନ କୁଡିଲର ଜଣେ ଲୋକ ପୁଲିସକୁ ଭୋର ୫.୩୦ରେ ଫୋନ କରିଥିଲେ । ସେ ଫୋନ କରି ଥୋରାଇପାକ୍କମ ଅଞ୍ଚଳରେ ଗୋଟିଏ ପରିତ୍ୟକ୍ତ ସୁଟକେସ ପଡ଼ିଥିବା ପୁଲିସକୁ ଜଣାଇଥିଲେ । ପୁଲିସ ତୁରନ୍ତ ପହଞ୍ଚି ସୁଟକେସକୁ ଜବତ କରିବା ସହ ତା’ ଭିତରକୁ ଖଣ୍ଡବିଖଣ୍ଡ ମୃତଦେହକୁ ଠାବ କରିଥିଲା । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଉକ୍ତ ଅଞ୍ଚଳରେ ଥିବା ସିସିଟିଭିକୁ ପୁଲିସ ଯାଞ୍ଚ କରିଛି । ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ହେଲେ ଯାଏ ମଣିଙ୍କ ସହ ଦୀପାଙ୍କ ସମ୍ପର୍କ କ’ଣ ସେକଥା କହି ନାହିଁ । ମଣିଙ୍କୁ କାହିଁକି ଅଟକ ରଖାଯାଇଛି, ସେକଥା ମଧ୍ୟ ପୁଲିସ ସ୍ପଷ୍ଟ କରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking