14.1 C
Bhubaneswar
Saturday, December 27, 2025
Homeଓଡିଶାଛୁଆକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ ଉଦ୍ଧାର କଲା ବନବିଭାଗ

ଛୁଆକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ ଉଦ୍ଧାର କଲା ବନବିଭାଗ

ମୟୂରଭଞ୍ଜ : ପଶୁ ହେଲେବି ମାଆ। ଆଉ ଛୁଆ ପାଇଁ ମାଆ ସୁରକ୍ଷା କବଚ। ନିଜ ଛୁଆର ଜୀବନ ରକ୍ଷା ପାଇଁ ସବୁ ଶକ୍ତିର ସାମ୍ନା କରିବାର ସାମର୍ଥ୍ୟ ରଖେ ମାଆ। ଯାହାର ପ୍ରମାଣ ଏଠି ପୁଣି ଦେଖିବାକୁ ମିଳିଛି। ତେବେ କେନାଲ ଭିତରେ ପଡ଼ି ଫସି ରହି ଯାଇଥିବା ହାତୀଛୁଆକୁ ଉଦ୍ଧାର କରିବା ପାଇଁ ମାଆ ହାତୀ ସହ ଦନ୍ତାହାତୀର ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ। ଛୁଆହାତୀକୁ ଛାଡିନଯାଇ ଜଗି ରହିଲେ ଦୁଇହାତୀ। ଏଭଳି ଏକଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅସନବଣି ଗାଁ ନିକଟରେ ଯାଇଥିବା ସୁବର୍ଣ୍ଣରେଖା ଶାଖା କେନାଲରେ। ଏହି ଶାଖା କେନାଲରେ ଏକ ହାତୀଛୁଆ ଗଳି ପଡ଼ିଥିବା ବେଳେ ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ୱ ସମୟର ଉଦ୍ୟମ ପରେ ଶେଷରେ ହାତୀଛୁଆକୁ କେନାଲରୁ ଉଦ୍ଧାର କରିବାରେ ସଫଳ ହୋଇଛି ବେତନଟୀ ବନବିଭାଗ।
ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜରେ ଏକ ବଣୁଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଅସନବଣି ଗାଁ ମୁହାଁ ହୋଇଥିବା ବେଳେ ଅନ୍ଧାର ରାତିରେ ଆସବଧାନତା ବଶତଃ ହାତୀଛୁଆଟି ସୁବର୍ଣ୍ଣରେଖା ଶାଖା କେନାଲରେ ଖସି ପଡ଼ିଥିଲା। ହାତୀଛୁଆ ଶାଖା କେନାଲରେ ଖସିପଡିବା ପରେ ବାହାରି ନପାରିବାରୁ ହାତୀଛୁଆର ମାଆ ଓ ଅନ୍ୟହାତୀ ପ୍ରଚଣ୍ଡ ଗର୍ଜନ କରିଥିଲେ। ହାତୀମାନଙ୍କ ଗର୍ଜନ ଶୁଣି ଗ୍ରାମବାସୀ, ଗଜସାଥୀ ଟିମ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବିଦ୍ୱାରା କେନାଲର କିଛିଅଂଶକୁ ପୋତି ଛୁଆହାତୀକୁ ବାହାର କରିବାକୁ ଚେଷ୍ଟା କରିଥିଲେ।
ତେବେ ହାତୀଛୁଆ ପାଖରେ ଜଗି ରହିଥିବା ମା’ହାତୀ ଓ ଅନ୍ୟଏକ ବିଶାଳହାତୀ ଛୁଆର ସୁରକ୍ଷାକୁନେଇ ଆକ୍ରମଣାତ୍ମକ ହୋଇଉଠିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିବି ଉପରେ ଘନ ଘନ ଆକ୍ରମଣ କରୁଥିଲେ। ଶେଷରେ ଦୀର୍ଘ ଚାରିଘଣ୍ଟାର ନୀରବଛିନ୍ନ ଉଦ୍ୟମ ପରେ କେନାଲ ଭିତରୁ ହାତୀଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଗତକାଲି ରାତିରୁ ହାତୀ ଛୁଆଟି କେନାଲରେ ଖସି ପଡ଼ିଥିବା ବେଳେ ଆଜି ସକାଳୁ ସେ ଉଦ୍ଧାର ପାଇଛି। ହାତୀ ଗୋଠରେ ଥିବା ହାତୀ ମାନେ ଛୁଆକୁ ନେଇ ଜଙ୍ଗଲ ଆଡ଼କୁ ପଳାଇ ଯାଇଛନ୍ତି।
ବେତନଟୀ ରେଞ୍ଜର ବନ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ହାତୀଛୁଆକୁ ଉଦ୍ଧାର କରିଥିଲେ।
କେନାଲଟି ପାଖାପାଖି ସାତ ଆଠ ଫୁଟ ଚଉଡ଼ା ଏବଂ ପାଞ୍ଚ ଫୁଟରୁ ଅଧିକ ଗଭୀର ଥିବାରୁ ହାତୀଛୁଆଟି ଉଠି ପାରି ନ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking