20.1 C
Bhubaneswar
Monday, January 19, 2026
Homeଓଡିଶାଓଡିଶା ଗ୍ରସ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିନିଧି ଦଳ

ଓଡିଶା ଗ୍ରସ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିନିଧି ଦଳ

ଭୁବନେଶ୍ୱର; ଓଡିଶାକୁ ୫ ଦିନିଆ ଗସ୍ତରେ ଆସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫ ଜଣିଆ ପ୍ରତିନିଧି ଦଳ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ କାର୍ଯ୍ୟାଳୟକୁ ପରିଦର୍ଶନ କରିଛନ୍ତି । ପୁରାତନ ଛାତ୍ରଛାତ୍ରୀ ସମେତ ବିଭିନ୍ନ ଗୋଷ୍ଠୀ ସମ୍ପ୍ରଦାୟର ସହଯୋଗରେ ବିଦ୍ୟାଳୟରେ ସର୍ବାଙ୍ଗୀନ ବିକାଶ କରାଯାଉଥିବା କାର୍ଯ୍ୟକ୍ରମକୁ ପ୍ରତିନିଧିମାନେ ବେଶ୍ ପ୍ରଶଂସା କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ଅନନ୍ୟ ଏବଂ ବିଦ୍ୟାଳୟର ବିକାଶ ସହ ଶିକ୍ଷାର ଉନ୍ନତି ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି । ମହରାଷ୍ଟ୍ରରୁ ଆସିଥିବା ପ୍ରତିନିଧି ଦଳଙ୍କ ମଧ୍ୟରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପ୍ରିୟା ଖାନ୍‌, ପ୍ରଶାସନିକ ଅଧିକାରୀ (ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ) ସୁଶ୍ରୀ ରାହୁଲ ମାତ୍ରେଙ୍କ ସମତେ ଆଉ ୩ ଜଣ ପ୍ରଥମେ ପଞ୍ଚସଖା ଶିକ୍ଷା ସେତୁର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।

କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଥିଲା । ପିଏସ୍‌ଏସ୍‌ର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଅଭାସୀ ଜରିଆରେ ଯୋଗ ଦେଇଥିଲେ । ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ପୁରାତନ ଛାତ୍ରଛାତ୍ରୀ ସଂଯୋଗ ସମ୍ପର୍କରେ ପ୍ରକାଶ କରିଥିଲେ । ସେହିପରି କାର୍ଯ୍ୟାଳୟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ ଉପସ୍ଥିତ ରହି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ବିଦ୍ୟାଳୟରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଥିଲେ । ଏହାସହ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ କରାଯାଉଥିବା ସିଏସ୍‌ଆର୍ କାର୍ଯ୍ୟକ୍ରମ, ଐତିହ୍ୟ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବିଦ୍ୟାଳୟ ସୁରକ୍ଷା ଓ ରକ୍ଷଣାବେକ୍ଷଣ, ଆକାଂକ୍ଷୀ ପାଠ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ ଶ୍ରୀମତୀ ଖାନ୍ । ମହାରାଷ୍ଟ୍ର ଓ ଓଡିଶାର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ମଧ୍ୟ ବହୁ ଆଲୋଚନ କରିଥିଲେ । ଅପରାହ୍ଣରେ ପ୍ରତିନିଧି ଦଳ ବଡଗଡ ଉଚ୍ଚ ବିଦ୍ୟାଳୟ ଓ ବନମାଳୀପୁରସ୍ଥିତ କୁଶଭଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନରେ ବିଦ୍ୟାଳୟରେ ଆସିଥିବା ବିଭିନ୍ନ ପ୍ରକାରର ବିକାଶକୁ ଦେଖିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking