26.9 C
Bhubaneswar
Monday, October 7, 2024
Homeଓଡିଶାଦୟା ନଦୀରେ ବୁଲୁଛି କୁମ୍ଭୀର

ଦୟା ନଦୀରେ ବୁଲୁଛି କୁମ୍ଭୀର

ପିପିଲି : ପୁରୀ ଜ଼ିଲ୍ଲା ପିପିଲି କଣ୍ଟି ନିକଟ ଦୟା ନଦୀରେ ବୁଲୁଛି କୁମ୍ଭୀର। ଏହା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର ବୋଲି ଅନୁମାନ କରାଯାଉଛି । ନଦୀ ଭିତରେ କୁମ୍ଭୀର ଥିବା ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରଥମ ଥର ପିପିଲି ଅଞ୍ଚଳରେ କୁମ୍ଭୀର ଦେଖି ଲୋକେ ଛାନିଆ ହୋଇଯାଇଛନ୍ତି । ନଦୀ ଭିତରକୁ କେହି ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି । ଗତ ଦୁଇ ଦିନ ତଳେ କୁଆଖାଇ ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିଲା । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀ ବାଲିଯାତ୍ରା ପଡ଼ିଆ ନିକଟ ନଦୀରେ କିଛି ଲୋକ ଗାଧୋଉଥିବା ବେଳେ ନଦୀପଠାରେ ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ନଦୀ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟବାସିନ୍ଦା କୁମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲ୍‌ରେ ରେକର୍ଡ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking