17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଝିଅ ଆଗରେ ବାପାକୁ ମାରିଦେଲେ ଦୁର୍ବୃତ୍ତ

ଝିଅ ଆଗରେ ବାପାକୁ ମାରିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଝିଅ ଆଗରେ ବାପାକୁ ମାରିଦେଲେ ଦୁର୍ବୃତ୍ତ ।  ବାପା- ଝିଅ ମଣ୍ଣିଂ ୱାକ ପାଇଁ  ଯାଇଥିଲେ ।  ହେଲେ ହଠାତ  ଦୁଇ ଜଣ ଅଜଣା ଗାଡିରେ ଆସି  ଉଭୟଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ  ହୋଇଥିବା ବେଳେ ଝିଅଟି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ବୟସ ୪୩ ବର୍ଷ । ଆକ୍ରମଣକାରୀମାନେ କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।  ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପୂର୍ୱ ଶତ୍ରୁତାକୁ ନେଇ ଏଭଳି ଗୁଳିକାଣ୍ଡ ବୋଲି  ପୋଲିସ ସୂଚନା ଦେଇଛନ୍ତି ।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ  , ବାପା, ଝିଅ ନିୟମିତ ଚାଲିବା ପାଇଁ ଆସନ୍ତି ।   ବାଇକରେ ହଠାତ ଦୁଇଜଣ ଆସି ଉଭୟଙ୍କ ଉପରକୁ ଗୁଳିଚାଳନା କରିଥିଲେ ।  ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା ବେଳେ ଝିଅଟି ଗୁରୁତର ଆଗତ ହୋଇଥିଲେ । ତାଙ୍କୁ  ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ସେ ବର୍ତ୍ତମାନ ଭଲ ଅଛନ୍ତି ।   ପୋଲିସ ପହଞ୍ଚି  ଅଞ୍ଚଳଟିକୁ ସମ୍ପୁଣ୍ଣ ସୁରକ୍ଷା ବଳୟରେ ରଖିଛି ।  ପୋଲିସ ସ୍ଥାନୀୟ ଲେକଙ୍କ ସହ  ମିଶି  ସିସିଟିଭି ଫୁଟେଜ ଯାଞ୍ଚ କରି  ପଚରାଉଚରା କରୁଛି ।  ଆକ୍ରମଣକାରୀକୁ ଗିରଫ କରିବା ପାଇଁ  ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking