15.1 C
Bhubaneswar
Tuesday, January 13, 2026
Homeଓଡିଶାଟ୍ରେନ୍‌ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ

ଟ୍ରେନ୍‌ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ

ଟିଟିଲାଗଡ଼ : ଟ୍ରେନ୍‌ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ । ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ପ୍ରେମୀ ଯୁଗଳ ମାଲବାହୀ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରେନ ଧକ୍କାରେ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ଘନଶ୍ୟାମ ବାଗ (୨୦)ଙ୍କ ଗୋଟିଏ ପାଦ କଟି ଯାଇଛି। ଅନ୍ୟପକ୍ଷରେ ଘନଶ୍ୟାମ ସାଙ୍ଗରେ ଟ୍ରେନ ଆଗକୁ ଡେଇଁଥିବା ନାବାଳିକା ଝିଅର ମୃତ୍ୟୁ ଘଟିଛି। ଆହତ ଘନଶ୍ୟାମକୁ ଟିଟିଲାଗଡ଼ ଅଣାଯାଇଥିଲା। ସେଠାରୁ ଆରପିଏଫ ସବ ଇନ୍ସପେକ୍ଟର ଅଜୟ ସ୍ୱାଇଁ ଉପଖଣ୍ଡ ମୁଖ୍ୟାଳୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଝିଅ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ ବିବାହ ପାଇଁ ମନା କରିବାରୁ ଆତ୍ମହତ୍ୟା ପାଇଁ ସେମାନେ ଟ୍ରେନ ଆଗକୁ ଡେଇଁଥିବା ପ୍ରେମିକ ଘନଶ୍ୟାମ କହିଛି। ଅବସ୍ଥା ଗୁରୁତର ହେବାରୁ ଘନଶ୍ୟାମକୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking