14.1 C
Bhubaneswar
Saturday, December 27, 2025
Homeଓଡିଶାପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଥାନାରେ ଅଭିଯୋଗ

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଥାନାରେ ଅଭିଯୋଗ

ଯାଜପୁର : ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଥାନାରେ ଘେରିଲେ ଶିକ୍ଷକ ସଂଘ। ଯାଜପୁର ଜିଲ୍ଲା ବିଂଝାରପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ରଣପୁର ପଞ୍ଚାୟତସ୍ଥିତ ବଟେଶ୍ୱର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ୪ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନି ପୁଲିସ । ଯାହାର ପ୍ରତିବାଦରେ ବିଂଝାରପୁର ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଂଝାରପୁର ଥାନାରେ ପହଞ୍ଚି ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ନଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ ବଟେଶ୍ୱର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସେକ ମହମ୍ମଦ ଫହିମ ଗତ ଶୁକ୍ରବାର ଦିନ ବିଦ୍ୟାଳୟ କକ୍ଷରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ସମୟରେ ସ୍ଥାନୀୟ ଯୁବକ ପ୍ରଫୁଲ୍ଲ ଶତପଥି (ବାପି) ହଠାତ ବିଦ୍ୟାଳୟକୁ ପ୍ରବେଶ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରି ମୋବାଇଲ ଛଡାଇ ନେଇଥିବା ଶିକ୍ଷକ ଜଣଙ୍କ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇନି। ଯାହାକୁ ନେଇ ବିଂଝାରପୁର ଶିକ୍ଷକ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଥାନାରେ ପହଞ୍ଚି ୧୨ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ନ କଲେ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking