28.1 C
Bhubaneswar
Sunday, September 22, 2024
Homeଓଡିଶାହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା

ହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା

ଭୁବନେଶ୍ୱର : ଆସନ୍ତା ୨୪ରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି ବିଜେଡି। ହେଲେ ହରତାଳ କରିବା ପୂର୍ବରୁ ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ହୋଇଛି ହଙ୍ଗାମା। ଦୁଇ କାଉନ୍‌ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍‌ସିଲର ଓ କର୍ମକର୍ତ୍ତାମାନେ ହରତାଳ ପାଇଁ ବସିଥିବା ବୈଠକରୁ ଉଠି ଆସିଥିଲେ ଏବଂ ହୋ-ହଲ୍ଲା କରିଥିଲେ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାରେ ଆସନ୍ତା ୨୪ ତାରିଖରେ ବିଜେଡି ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି। ସକାଳ ୬ଟାରୁ ହରତାଳ ଆରମ୍ଭ ହେବାକୁ ଥିବା ବେଳେ ଏହାର ରୂପରେକ ନେଇ ଆଜି ଅପରାହ୍ନରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଭୁବନେଶ୍ୱରର ୩ ନିର୍ବାଚନମଣ୍ଡଳୀର ସଙ୍ଗଠକ ଓ ସମସ୍ତ କାଉନ୍‌ସିଲର ଯୋଗଦେଇଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking