ନୂଆଦିଲ୍ଲୀ: ନୋଏଡାର ସେକ୍ଟର -୧୯ସ୍ଥିତ ଶବବ୍ୟବଚ୍ଛେଦ ଗୃହରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଶବ ବ୍ୟବଚ୍ଛେଦ ଗୃହରୁ ଜଣେ ସଫେଇକର୍ମଚାରୀ ଓ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଶବବ୍ୟବଚ୍ଛେଦ ଗୃହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକେ ପୁଲିସକୁ ପ୍ରଶ୍ନ କରିଛନ୍ତି, ଏପରି ଶବ ବ୍ୟବଚ୍ଛେଦ ଗୃହରେ ବାହାର ଲୋକ ପ୍ରବେଶ କରିବାଦ୍ୱାରା ଶବ ସହିତ କିଛି ବି କରି ଆବଶ୍ୟକ ଥିବା ପ୍ରମାଣ ନଷ୍ଟ କରାଯାଇ ପାରେ ।
ପୁଲିସ ଏହି ଘଟଣାରେ ତତ୍ପରତା ଦେଖାଇ ଏହି ଘଟଣାରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅନ୍ୟକୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟବଚ୍ଛେଦଗୃହର ଡିପ ଫ୍ରିଜର ଥିବା କୋଠରିରେ ଜଣେ ବାହାର ମହିଳାଙ୍କ ସହିତ ସଫେଇ କର୍ମଚାରୀ ଆପତ୍ତିଜନକ ଅବସ୍ଥାରେ ଶୋଇଥିଲେ । କୌଣସି କାମରେ ହସ୍ପିଟାଲର ଜଣେ କର୍ମଚାରୀ ଶବବ୍ୟବଚ୍ଛେଦ ଗୃହ ଭିତରକୁ ପଶି ଆସିବା ପରେ ସେ ଏହି ଘଟଣା ଦେଖି ଚକିତ ହୋଇଯାଇଥିଲେ । ପ୍ରମାଣ ସ୍ୱରୁପ ଭାବେ ସେ ସଙ୍ଗେସଙ୍ଗେ ଫୋନ ବାହାର କରି ସଫେଇ କର୍ମଚାରୀଙ୍କ ଲଜ୍ଜାକର କାମକୁ ରେକର୍ଡ କରି ପୁଲିସରେ ଖବର ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଏକ ସ୍ଥାନରେ ସଫେଇକର୍ମଚାରୀ ଏମିତି କାମ କରିବା ପାଇଁ କେମିତି ଚିନ୍ତା କରି ପାରିଲେ ।