26.1 C
Bhubaneswar
Wednesday, May 7, 2025
Homeଦେଶ ବିଦେଶଗୋଟିଏ ପିଲା ଦୁଇଥର ଜନ୍ମ ହୋଇଥିଲା! ଜାଣନ୍ତୁ ପୂରା ଘଟଣା

ଗୋଟିଏ ପିଲା ଦୁଇଥର ଜନ୍ମ ହୋଇଥିଲା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ମଣିଷ କେବଳ ଥରେ ଜନ୍ମ ନିଅନ୍ତି, କିନ୍ତୁ ବ୍ରିଟେନରେ ଜଣେ ମହିଳାଙ୍କ ସହ କଣ ଘଟିଛି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଚିକିତ୍ସା ବିଜ୍ଞାନ ଦୃଷ୍ଟିକୋଣରୁ, ଗୋଟିଏ ଶିଶୁ ଦୁଇଥର ‘ଜନ୍ମ’ ପାଏ । ଅକ୍ସଫୋର୍ଡର ଜଣେ ସ୍କୁଲ ଶିକ୍ଷୟତ୍ରୀ ଲୁସି ଆଇଜାକ୍ସ, ଯିଏ ୨୦ ସପ୍ତାହର ଗର୍ଭବତୀ ଥିଲେ, ତାଙ୍କୁ ଡମ୍ବାଶୟ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଡେଲି ମେଲ ରିପୋର୍ଟ ଅନୁଯାୟୀ, ଚିକିତ୍ସା ପାଇଁ ତାଙ୍କୁ ପାଞ୍ଚ ଘଣ୍ଟାର ଅସ୍ତ୍ରୋପଚାର କରିବାକୁ ପଡିଥିଲା । କର୍କଟ ରୋଗ ବାହାର କରିବା ପରେ, ଶିଶୁଟିକୁ ପୁଣି ମାତୃ ଗର୍ଭରେ ରଖାଯାଇଥିଲା ଏବଂ ଚମତ୍କାର ଭାବରେ ଜାନୁଆରୀ ଶେଷରେ ଶିଶୁଟି ସୁସ୍ଥ ଜନ୍ମ ହୋଇଥିଲା । ଜନ୍ମ ସମୟରେ ତାଙ୍କର ଓଜନ ୬ ପାଉଣ୍ଡ ୫ ଆଉନ୍ସ ଥିଲା ।

ଏହି ମାମଲା ଚିକିତ୍ସା ଇତିହାସରେ ଏକ ଉଦାହରଣ ପାଲଟିଛି । ଏପରି ଏକ ଘଟଣା ଯାହାକୁ ଦୁଇଥର ଜନ୍ମ ହେବା ଭଳି କୁହାଯାଇପାରେ । ଡାକ୍ତର ସୋଲେମାନି ମାଜଦଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗର୍ଭରେ ଥିବା ଶିଶୁ ରାଫର୍ଟିକୁ ସୁରକ୍ଷିତ ରଖି ଲୁସି ଆଇଜାକ୍ସଙ୍କ ଶରୀରରୁ କର୍କଟ କୋଷଗୁଡିକୁ ବାହାର କରିବା ପାଇଁ ଏକ ଅତ୍ୟନ୍ତ ବିରଳ ଏବଂ ଜଟିଳ ଅସ୍ତ୍ରୋପଚାର ଯୋଜନା କରିଥିଲେ । ପୂର୍ବରୁ ଆମେରିକାର ଜାଡେନଙ୍କ ସହିତ ସମାନ ଘଟଣା ଘଟିଥିଲା । ଜାଡେନ କହିଥିଲେ ଯେ ତାଙ୍କ ପିଲାଟିର ସ୍ପିନା ବିଫିଡା ଥିଲା ଏବଂ ଡାକ୍ତରମାଲେ ତାଙ୍କ ବଞ୍ଚିରହିବାର ଆଶା କରିନଥିଲେ । ଚିକିତ୍ସା ପାଇଁ, ତାଙ୍କୁ ପୁଣି ଥରେ ଗର୍ଭରେ ରଖାଯାଇଥିଲା ଏବଂ ତା’ପରେ ସେ ପ୍ରସବ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking