30.1 C
Bhubaneswar
Saturday, October 5, 2024
Homeଖେଳମ୍ୟାଚ୍ ବେଳେ ଚେସ୍ ଗ୍ରାଣ୍ଡ୍‌ମାଷ୍ଟର୍‌ଙ୍କ ମୃତ୍ୟୁ

ମ୍ୟାଚ୍ ବେଳେ ଚେସ୍ ଗ୍ରାଣ୍ଡ୍‌ମାଷ୍ଟର୍‌ଙ୍କ ମୃତ୍ୟୁ

ଢାକା: ବାଂଲାଦେଶର ଶୀର୍ଷ ର‌୍ୟାଙ୍କ୍‌ର ଚେସ୍ ଗ୍ରାଣ୍ଡ୍‌ମାଷ୍ଟର୍ ଜିଆଉର୍ ରହମାନ୍‌ଙ୍କର ଟୁର୍ଣ୍ଣାମେଣ୍ଟ୍ ଖେଳିବା ଅବସରରେ ମୃତ୍ୟୁ ଘଟିଛି । ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଅବସରରେ ୫୦ ବର୍ଷୀୟ ରହମାନ୍‌ଙ୍କ ହୃଦ୍‌ଘାତ ହୋଇଥିଲା । ତା୍‌ଙ୍କ ମୃତ୍ୟୁରେ ଚେସ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ରହମାନ୍‌ଙ୍କ ପୁତ୍ର ମଧ୍ୟ ତାଙ୍କ ସହିତ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିଲେ । ବାଂଲାଦେଶ ଚେସ୍ ମହାସଂଘ ସମ୍ପାଦକ ଶହାବ ଉଦ୍ଦିନ୍ ଶମିମ୍‌ଙ୍କ ଅନୁସାରେ ରହମାନ ଚାମ୍ପିଅନ୍‌ଶିପ୍‌ରେ ସାଥୀ ଗ୍ରାଣ୍ଡ୍‌ମାଷ୍ଟର ଇନାମୁଲ୍ ହୁସେନ୍‌ଙ୍କ ବିପକ୍ଷରେ ଖେଳୁଥିବା ବେଳେ ଅଚାନକ ଅଚେତ ହୋଇ ଟେବଲ୍ ଉପରେ ନଇଁପଡ଼ିଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଜିଆଉର୍ ରହମାନ୍ ବାଂଲାଦେଶର ପାଞ୍ଚଜଣ ଗ୍ରାଣ୍ଡମାଷ୍ଟର୍‌ଙ୍କ ମଧ୍ୟରେ ସର୍ବୋଚ୍ଚ ର‌୍ୟାଙ୍କ୍‌ର ଖେଳାଳି ଥିଲେ । ସେ ବହୁଥର ଜାତୀୟ ଚାମ୍ପିଅନ୍‌ଶିପ୍ ଜିତିଛନ୍ତି ଏବଂ ୨୦୨୨ରେ ଭାରତରେ ଆୟୋଜିତ ୪୪ତମ ଚେସ୍ ଅଲିମ୍ପିଆଡ୍‌ରେ ସେ ବାଂଲାଦେଶର ପ୍ରତିନିଧିତ୍ୱ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking