ପୁରୀ: ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି ,ନିର୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣାବେଳେ ଅଣ ସେବକ ରଥ ଉପରକୁ ଯାଇପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ ଚଢିବେ ତାହାହେଲେ ମୋକଦ୍ଦମା କରାଯିବ ।