31.1 C
Bhubaneswar
Monday, June 2, 2025
Homeଓଡିଶାବ୍ୟକ୍ତିଙ୍କ ଉପରକୁ ଚଢ଼ିଗଲା ହାଇୱା

ବ୍ୟକ୍ତିଙ୍କ ଉପରକୁ ଚଢ଼ିଗଲା ହାଇୱା

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ କଳିଙ୍ଗ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ମାଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ମୃତକ ଗଞ୍ଜାମ ଅଞ୍ଚଳର ଭଞ୍ଜ ନାୟକ । ସେ କଳିଙ୍ଗ ବିହାରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଆଜି ସକାଳୁ କାମକୁ ଯାଉଥିବା ବେଳେ କଳିଙ୍ଗ ବିହାର ଛକରେ ଖୋର୍ଦ୍ଧା ପଟୁ ଦ୍ରୁତଗତିରେ ଆସୁଥିବା ହାଇୱା ସ୍ପିଡ୍ ବ୍ରେକର ଡେଇଁ ଭଞ୍ଜ ନାୟକଙ୍କ ଉପରେ ମାଡ଼ିଯାଇଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଡ୍ରାଇଭର ଜଣଙ୍କ ଦ୍ରୁତ ଗତିରେ ଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ମୃତକଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀର ମୃତଦେହ ନିକଟରେ ବାହୁନି ବାହୁନି କାନ୍ଧୁଥିବାର ଦେଖିବାକୁ ମିଳିଛି । ଘରେ କେହି ରୋଜଗାରିଆ ନଥିବାରୁ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking