16.1 C
Bhubaneswar
Thursday, February 5, 2026
Homeଓଡିଶାଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେବ

ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ୱର: କଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ନଵ ନିର୍ବାଚିତ ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସମ୍ବର୍ଦ୍ଧନା ତଥା ଜିଲ୍ଲା କଂଗ୍ରେସର ନୂତନ ଗୃହ ଉଦଘାଟନ ଉତ୍ସବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଭୁବନେଶ୍ୱର ଜିଲ୍ଲାର ବହୁ ଯୁବ କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଦାସ କହିଲେ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନା ମତେ ସବୁବେଳେ ସହଯୋଗ କରି ଆସିଛନ୍ତି ତେଣୁ ମୁଁ କୃତଜ୍ଞ l ରାଜ୍ୟ ରାଜଧାନୀ ଭୁବନେଶ୍ୱର, କଂଗ୍ରେସ ପାଇଁ ଏକ ଆହ୍ୱାନ l ଭୁବନେଶ୍ୱର ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ହୃଦୟର ସହିତ ପରିଶ୍ରମ କରି ଶ୍ରୀ ଜେନାଙ୍କ ନେତୃତ୍ୱରେ କଂଗ୍ରେସକୁ ସୁଦୃଢ କରିବା ପାଇଁ କାମ କରନ୍ତୁ l ଭୁବନେଶ୍ୱରରେ ରହୁଥିବା ଗରିବ ଖଟିଖିଆ ଓ ଆଦିବାସୀ ବସ୍ତି ବାସିନ୍ଦାଙ୍କ ଉପରେ ସରକାର ଅମାନବିକ ଉଚ୍ଛେଦ ଅଭିଯାନ ଚଳାଇଛନ୍ତିl ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପ୍ରତ୍ୟେକ ୱାର୍ଡରେ ଭୂମିହୀନଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ପଟ୍ଟା ପାଇଁ ଚେୟାରମ୍ୟାନଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ l ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ କଂଗ୍ରେସ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇ ସଭ୍ୟ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ l ଆଗାମୀ ଏକ ବର୍ଷ ମଧ୍ୟରେ ଏକ ଲକ୍ଷ ସଭ୍ୟ କଂଗ୍ରେସ ସଦସ୍ୟତା ଗ୍ରହଣ କରାଯିବା ଲକ୍ଷ ସହିତ କାମ କରାଯାଉ l ଏକ ଲକ୍ଷ ଜନତା କଂଗ୍ରେସ ସାଥିରେ ଆସିଲେ ଦଳ ନିଶ୍ଚୟ ଭୁବନେଶ୍ୱରରେ ଶକ୍ତିଶାଳୀ ହେବ l ଭୁବନେଶ୍ୱର ଜିଲ୍ଲାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ l ଶ୍ରୀ ଜେନା ଜଣେ ନିଷ୍ଠାବାନ, ପରିଶ୍ରମୀ ଏବଂ ଉତ୍ତମ ସଂଗଠକ ବୋଲି ତାଙ୍କୁ ସଭାପତିର ଦାୟିତ୍ୱ ଅର୍ପଣ କରାଯାଇଛି, ଶ୍ରୀ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଆଗାମୀ ଦିନରେ ଶକ୍ତିଶାଳୀ ହେବ ବୋଲି ଆଶା ପୋଷଣ କରୁଛୁ ଏବଂ ଏହି ଅଭିଯାନରେ ସଭାପତି ଶ୍ରୀ ଜେନାଙ୍କୁ ସମସ୍ତ ୱାର୍ଡ କର୍ମକର୍ତ୍ତା ସହଯୋଗ କରନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଥିଲେ l

ଏହି ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଲୋକସଭା ସଦସ୍ୟ ଅନନ୍ତ ଚରଣ ସେଠୀ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ପୃଥ୍ଵୀବଲ୍ଲଭ ପଟ୍ଟନାୟକ, ପିସିସି ପ୍ରଶାସକ ସମୀର ରାଉତରାୟ, ବିଶ୍ୱ ରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ଜେନା, ପ୍ରାଚୀ ରାଉତରାୟ, ପ୍ରଭାତ ପ୍ରତାପ ସିଂ, ରାଜକିଶୋର ବାରିକ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ମୋହନ ଜେନା, ସାରଦା ପ୍ରଧାନ, ମାନସ ମଲ୍ଲିକ ଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମୀ ଯୋଗ ଦେଇଦେଇଥିବା ଜୟକୃଷ୍ଣ ମଲିଆ ଧନ୍ୟବାଦ୍ ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ମିହିର ଆଚାର୍ଯ୍ୟ ଓ ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ସୁରେଶ କୁମାର ରାଉତରାୟ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଇନ୍ଦିରା ଗାନ୍ଧୀ ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଆସି ସେଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking