34.1 C
Bhubaneswar
Sunday, February 22, 2026
Homeଅପରାଧ୫୦୦ ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି 

୫୦୦ ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି 

୫୦୦ ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜଣେ ଗ୍ରାହକ ୫୦୦ ଟଙ୍କାର ଜିନିଷ କିଣି ଦୋକାନୀଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ ।  ଖୁଚୁରା ନାହିଁ କହି ଦୋକାନୀ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା ।  ଦୋକାନୀର ପାଖରେ ତାର ଭାଇ ଓ ସମ୍ପର୍କୀୟମାନେ ଗ୍ରାହକଙ୍କ କଲର ଧରି ଟଣା ଓଟରା କରିଥିଲେ ।  ନିଜ ଜୀବନ ବଞ୍ଚାଇବାକୁ ଯାଇ, ଲାଇସେନ୍ସ ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ଗ୍ରାହକ ।  ହେଲେ ଗୁଳି ଫୁଟିବା ପରେ, ପ୍ରାୟ ୫ରୁ ଅଧିକ ଦୋକାନୀ ଉକ୍ତ ଗ୍ରାହକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ ।  ଦୋକାନୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ହେଉଛନ୍ତି ବିଭୁତି ବଡ଼ଜେନା । ଘର ଏୟାରଫିଲଡ ଥାନା ଅଞ୍ଚଳରେ ।  ଦୋକାନୀ ଓ ବିଭୁତି ଉଭୟ ଦୁଇଟି ଅଭିଯୋଗ କରିବା ପରେ, ଉଭୟଙ୍କୁ ଥାନାକୁ ଡାକି ମୁଁହା ମୁହିଁ ପଚରା ଉଚରା କରାଯାଉଛି ।  ଉଭୟଙ୍କ ଅଭିଯୋଗକୁ ନେଇ ଦୁଇଟି ମାମଲା ରୁଜୁ କରାଯାଇଛି ।  ହତ୍ୟା ଉଦ୍ୟମ, ଦଫା ଲାଗିଛି ।  ଉଭୟ ପକ୍ଷକୁ ନୋଟିସ ଜାରି କରି ପୁଲିସ ଛାଡିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।  ସିସିଟିଭି ଆଧାରରେ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking