ବୌଦ୍ଧ: ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ୱାମୀ । ହତ୍ୟା ପରେ ଥାନାରେ ସ୍ୱାମୀ ଆତ୍ମସମର୍ପଣ କରିଛି । ଘରୋଇ କଳିରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ପୁରୁଣାକଟକ ଥାନା ନିକଟ ବସ୍ତିର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










