14.1 C
Bhubaneswar
Friday, January 16, 2026
Homeଦେଶ ବିଦେଶମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲୋକସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲୋକସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଲୋକସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ। ଏହାପରେ ନିମ୍ନ ସଦନ ଦ୍ୱାରା ଏହି ସଙ୍କଳ୍ପ ଗୃହୀତ ହୋଇଥିଲା। ଏହି ଅବସରରେ ସେ ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ସହାନୁଭୂତି ଏବଂ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ମଣିପୁର ହାଇକୋର୍ଟଙ୍କ ଏକ ସଂରକ୍ଷଣ ସମ୍ବନ୍ଧୀୟ ବିବାଦ ସମ୍ବନ୍ଧୀୟ ନିଷ୍ପତ୍ତି କାରଣରୁ ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା। ମଣିପୁରରେ ଦଙ୍ଗା କିମ୍ବା ଆତଙ୍କବାଦ ନୁହେଁ, ବରଂ ହାଇକୋର୍ଟଙ୍କ ନିଷ୍ପତ୍ତିର ବ୍ୟାଖ୍ୟା କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ସଂଘଠିତ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ତତ୍ପରତା ଯୋଗୁ ଗତ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ଚାରି ମାସ ଧରି ମଣିପୁରରେ କୌଣସି ହିଂସା ହୋଇନାହିଁ ଏବଂ ଶିବିରଗୁଡ଼ିକରେ ଖାଦ୍ୟ, ଔଷଧ ଏବଂ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଇଛି। ସେ କହିଛନ୍ତି ଯେ ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା ପାଇଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି ଏବଂ ପ୍ରାଥମିକ ଶିକ୍ଷା ପାଇଁ ଶିବିର ଭିତରେ ଶ୍ରେଣୀଗୃହ ସ୍ଥାପନ କରାଯାଇଛି, ଯେଉଁଠାରେ ସେମାନଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି।

ଶାହ କହିଛନ୍ତି, ଯେ କୌଣସି ହିଂସା ହେବା ଉଚିତ ନୁହେଁ ଏବଂ ଜାତିଗତ ହିଂସାକୁ କୌଣସି ରାଜନୈତିକ ଦଳ ସହ ଯୋଡ଼ାଯିବା ଉଚିତ ନୁହେଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବିରୋଧୀ ଦଳ ସରକାରଙ୍କୁ ବଦନାମ କରିବା ପାଇଁ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି। ବିଜେପି ଶାସନ କାଳରେ ହିଁ ମଣିପୁରରେ ଜାତିଗତ ହିଂସା ଘଟିଛି ବୋଲି ବିରୋଧୀ ଦଳ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ମଣିପୁର ଦୀର୍ଘ ଦିନ ଧରି ଅଶାନ୍ତିର ସମ୍ମୁଖୀନ ହୋଇଛି, କିନ୍ତୁ ବିରୋଧୀମାନେ ଏହାକୁ ମଣିପୁରରେ ହିଂସାକାଣ୍ଡର ପ୍ରଥମ ଘଟଣା ଭଳି ଚିତ୍ରଣ କରୁଛନ୍ତି।  ଶାହ ଏହି ଅବସରରେ ଗୃହକୁ ସୂଚନା ଦେଇଥିଲେ ଯେ ୧୯୯୩ରୁ ୧୯୯୮ ଅର୍ଥାତ୍ ଦୀର୍ଘ ୫ ବର୍ଷ ମଧ୍ୟରେ ମଣିପୁରରେ ନାଗା-କୁକି ସଂଘର୍ଷ ହୋଇଥିଲା, ଯେଉଁଥିରେ ୭୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏକ ଦଶନ୍ଧି ଧରି ବିକ୍ଷିପ୍ତ ଘଟଣା ଜାରି ରହିଥିଲା। ୧୯୯୭-୯୮ ରେ କୁକି-ପାଇଟ୍ ସଂଘର୍ଷରେ ୫୦ରୁ ଅଧିକ ଗ୍ରାମ ଧ୍ୱଂସ ହୋଇଯାଇଥିଲା, ୪୦,୦୦୦ ଲୋକ ବିସ୍ଥାପିତ ହୋଇଥିଲେ, ୩୫୨ ଲୋକ ପ୍ରାଣ ହରାଇଥିଲେ, ଶହ ଶହ ଆହତ ହୋଇଥିଲେ ଏବଂ ୫୦୦୦ ଘର ଜଳାଇ ଦିଆଯାଇଥିଲା। ସେହିପରି ୧୯୯୩ରେ ଦୀର୍ଘ ୬ ମାସ ଧରି ଚାଲିଥିବା ମୈତେଇ-ପଙ୍ଗଲ ସଂଘର୍ଷ ସମୟରେ ୧୦୦ରୁ ଅଧିକ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking