18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଷ୍ଟକ ବଜାରରେ ବଡ ଧରଣର ହ୍ରାସ

ଷ୍ଟକ ବଜାରରେ ବଡ ଧରଣର ହ୍ରାସ

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ ବଜାରରେ ଗୁରୁବାର ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବିଏସଇ ସେନସେକ୍ସ ୧୨୦୦ ପଏଣ୍ଟ ହ୍ରାସ ପାଇଥିବାବେଳେ ଏନଏସଇ ନିପଟି ୨୪ ହଜାର ପଏଣ୍ଟ ତଳେ ବନ୍ଦ ହୋଇଛି । ସେନସେକ୍ସ ଓ ନିଫ୍ଟି ପ୍ରାୟ ୧.୫ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି। ପିଏସୟୁ ବ୍ୟାଙ୍କ ସୂଚକାଙ୍କ ମଧ୍ୟ ଉଲ୍ଲେଖନୀୟ ହ୍ରାସ ସହ ବନ୍ଦ ହୋଇଛି। ଆଜିର କାରବାରରେ ବିଏସ୍ଇ ସେନସେକ୍ସ ୧୧୯୦.୩୪ ପଏଣ୍ଟ ବା ୧.୪୮ ପ୍ରତିଶତ ହ୍ରାସ ପାଇ ୭୯,୦୪୩ରେ ବନ୍ଦ ହୋଇଛି। ଏନଏସଇ ନିଫ୍ଟି ୩୬୦.୭୫ ପଏଣ୍ଟ ବା ୧.୪୯ ପ୍ରତିଶତ ହ୍ରାସ ପାଇ ୨୩,୯୧୪ ସ୍ତରରେ ବନ୍ଦ ହୋଇଛି।ସେନସେକ୍ସର ହ୍ରାସ ପାଇଥିବା ଷ୍ଟକ ଗୁଡ଼ିକ ମଧ୍ୟରୁ ଇନଫୋସିସ୍ ୩.୪୬ ପ୍ରତିଶତ ହ୍ରାସ ପାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ସହ ଏମ୍ ଆଣ୍ଡଏମ୍, ବଜାଜ ଫାଇନାନ୍ସ,, ଏଚସିଏଲ୍ ଟେକ୍, ଆଦାନୀ ପୋର୍ଟସ୍ ଏବଂ ଟେକ୍ ମହିନ୍ଦ୍ରାର ସେୟାରରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ମାତ୍ର ୧ଟି ଏସବିଆଇ ଷ୍ଟକ ବୃଦ୍ଧି ସହ ବନ୍ଦ ହେବାରେ ସଫଳ ହୋଇଛି । ଆଜି ବିଏସଇର ମାର୍କେଟ କ୍ୟାପିଟାଲାଇଜେସନ ୪୪୩.୧୯ ଲକ୍ଷ କୋଟି ଟଙ୍କା ଥିଲା ଏବଂ ଏହାର ୪୦୪୯ ସେୟାରରେ କାରବାର  ହୋଇଥିଲା । ସେଥିମଧ୍ୟରୁ ୨୨୧୫ ଟି ସେୟାର ହ୍ରାସ ପାଇଥିବା ବେଳେ ୧୭୨୧ ଟି ସେୟାର ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking