18.1 C
Bhubaneswar
Friday, December 19, 2025
Homeଅପରାଧଦୁଷ୍କର୍ମ ପରେ ଜଣ ଶିଶୁ କନ୍ୟାଙ୍କୁ ହତ୍ୟା

ଦୁଷ୍କର୍ମ ପରେ ଜଣ ଶିଶୁ କନ୍ୟାଙ୍କୁ ହତ୍ୟା

ଭୁବନେଶ୍ୱର: ଗଞ୍ଜାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଜଣ ଶିଶୁ କନ୍ୟାଙ୍କୁ ହତ୍ୟା କରାଯାଇଛି। ଏକ ନିର୍ମାଣାଧୀନ ଘରୁ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ପାଟପୁର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା ।

ଏହି ସମୟରେ କେହି ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇ ଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ତେବେ କିଏ ଏହି କାଣ୍ଡ କରିଛି ତାହା ପ୍ରକୃତରେ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ ପକ୍ଷକୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking