28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶ୯ଦିନର ଶିଶୁକନ୍ୟାକୁ ବିଷ ଦେଇ ହତ୍ୟା

୯ଦିନର ଶିଶୁକନ୍ୟାକୁ ବିଷ ଦେଇ ହତ୍ୟା

ଚେନ୍ନାଇ: ଆଶା କରିଥିଲେ ଏକ ପୁତ୍ର ସନ୍ତାନକୁ । କିନ୍ତୁ ଶିଶୁ କନ୍ୟା ଜନ୍ମନେଇଥିଲା । କେବଳ ଝିଅ ହୋଇଥିବା କାରଣରୁ ମା’ ବାପା ଉଭୟ ଅତ୍ୟନ୍ତ ନିଷ୍ଠୁର ହୋଇଯାଇଥିଲେ । ୯ ଦିନର ଶିଶୁକନ୍ୟାକୁ ସେମାନେ ବିଷାକ୍ତ କ୍ଷୀର ପିଆଇ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ଶିଶୁକନ୍ୟାଟିକୁ ମାରିଦେବା ପରେ ସେମାନେ ଅନ୍ୟ ସମ୍ପର୍କୀୟଙ୍କୁ ଏସମ୍ପର୍କରେ କିଛି ନଜଣାଇ ଘର ପଛ ପଟେ ନେଇ ପୋତି ମଧ୍ୟ ଦେଇଥିଲେ । କିନ୍ତୁ ସମ୍ପର୍କୀୟମାନେ ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ ।

ତେବେ ଏପ୍ରକାର ଏକ ଅଭଘଟ ତାମିଲନାଡୁ ରାଜ୍ୟରୁ ସାମ୍ନାକୁ ଆସିଛି । ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ଦମ୍ପତିଙ୍କ ନାମ ସି ଜୀଭା ଏବଂ ଜେ ଡାଏନା । ପୂର୍ବରୁ ସେମାନଙ୍କର ଏକ ୨ ବର୍ଷର ଝିଅ ଥିଲା । ତେଣୁ ଉଭୟ ଏଥର ଏକ ଶିଶୁପୁତ୍ର ଜନ୍ମନେବ ବୋଲି ଆଶା କରିଥିଲେ । ମାତ୍ର ଗତ ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ସେମାନଙ୍କର ଆଉ ଏକ ଝିଅ ଜନ୍ମ ହୋଇଥିଲା । ତେବେ ପୁଲିସ ପୋଷ୍ଟମୋର୍ଟମ ପାଇଁ ମାଟିତଳୁ ମୃତଦେହ ଉଦ୍ଧାର କରିବା ସହ ବାପାମାଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking