15.1 C
Bhubaneswar
Friday, January 16, 2026
Homeଅପରାଧଦୁଷ୍କର୍ମ ପରେ ୫ ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା

ଦୁଷ୍କର୍ମ ପରେ ୫ ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା

ବରଗଡ଼ : ପାଇକମାଳ ଥାନା ସୋଡ଼ା ଗ୍ରାମରେ ଏକ ୫ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ବେଲ୍‌ଟରେ ତଣ୍ଟି ଚିପି ହତ୍ୟା କରିଛି ଦୁର୍ବୃତ୍ତ। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ ପାଇଁ ଶିଶୁର ମୁହଁକୁ ପଥରରେ ଛେଚି ଦେଇଛି। ଘଟଣା ସଂପର୍କରେ ଜଣାପଡ଼ିବା ପରେ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ମହୁଲପାଲି ଗ୍ରାମର ପ୍ରଶାନ୍ତ ବାଗ (୩୦)କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଛି। ଗ୍ରାମବାସୀଙ୍କ ସୂଚନାନୁସାରେ ଅଭିଯୁକ୍ତ ପ୍ରଶାନ୍ତ ବହୁ ପୂର୍ବରୁ ମନ୍ଦ ଉଦ୍ଦେଶ୍ୟ ରଖି ସୋଡ଼ା ଗ୍ରାମକୁ ବାରମ୍ବାର ଆସି ପୀଡ଼ିତାର ଘରେ ରହୁଥିଲା। ଶୁକ୍ରବାର ସେ ପୀଡ଼ିତାର ବାପାଙ୍କୁ ମଦ ପିଆଇ ମାତାଲ କରିବା ପରେ ଝିଅକୁ ମାଛ ଧରିଯିବାକୁ ପ୍ରବର୍ତ୍ତାଇଥିଲା। ନିରୀହ ଶିଶୁକନ୍ୟାଟି ପ୍ରଶାନ୍ତର ମନ୍ଦ ଉଦ୍ଦେଶ୍ୟ ଜାଣି ନ ପାରି ତା’ ସହ ମାଛ ଧରିବାକୁ ବାହାରିଥିଲା। ଅଭିଯୁକ୍ତ ପ୍ରଶାନ୍ତ ତାକୁ ଗାଁ’ ନିକଟ ପଠାରି ଡୁଙ୍ଗୁରିକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିବା ପରେ ବେଲ୍‌ଟରେ ତଣ୍ଟି ଚିପି ହତ୍ୟା କରିଥିଲା।

ପରେ ପ୍ରମାଣ ନଷ୍ଟ କରିବାକୁ ଶିଶୁର ମୁହଁକୁ ପଥରରେ ଛେଚି ବୀଭତ୍ସ କରି ଦେଇଥିଲା। ସେଠାରୁ ଫେରି ଆସି କିଛି ନ ଜାଣିବା ପରି ପୀଡ଼ିତାର ଘରେ ପହଞ୍ଚିଥିଲା। ତେବେ ଝିଅକୁ ନ ପାଇ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳି ନଥିଲା। କିନ୍ତୁ ପ୍ରଶାନ୍ତର ହାବଭାବ ଦେଖି ସନ୍ଦେହ ହେବାରୁ ଗ୍ରାମବାସୀ ତାକୁ କାବୁ କରିଥିଲେ। ସରପଞ୍ଚ ଓ ଗ୍ରାମବାସୀ ପଚରାଉଚରା କରିବା ପରେ ସେ ସମସ୍ତ ବିଷୟ କହିବା ସହ ଘଟଣାସ୍ଥଳକୁ ନେଇ ଯାଇଥିଲା। ସେଠାରେ ଝିଅର ଶବ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ୍ ଗାଁ’ରେ ପହଞ୍ଚି ଅଭିଯୁକ୍ତ ପ୍ରଶାନ୍ତକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍ କହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କ ସହ ପାଇକମାଲ ଝାରବନ୍ଧ, ଜଗଦଲପୁର ଥାନାଧିକାରୀ ସଦଳବଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking