24.1 C
Bhubaneswar
Wednesday, March 11, 2026
Homeଓଡିଶାପୋଖରୀରେ ବୁଡି ୧୪ ଵର୍ଷ ବାଳକର ମୃତ୍ୟୁ

ପୋଖରୀରେ ବୁଡି ୧୪ ଵର୍ଷ ବାଳକର ମୃତ୍ୟୁ

ଵଳଙ୍ଗା: ଵଳଙ୍ଗା ଥାନା ଅନ୍ତର୍ଗତ ଦୂର୍ଗା ପୁର ଗ୍ରାମରେ ମାମୁଁ ଘରକୁ ଦଶାହ କାର୍ଯ୍ୟ କ୍ରମରେ ଜଣେ ବାଳକ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।ମୃତକ ହେଲେ ଵଳଙ୍ଗା ଥାନା ଅଧିନ ମହୁରା ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପୁଅ ତପନ କୁମାର ସାହୁ (୧୪) ଶନିବାର ସକାଳୁ ତପନ ମାମୁଁ ଘର ଦୁର୍ଗାପୁର ଗ୍ରାମକୁ ଆସି ଦଶାହ କାର୍ଯ୍ୟ କ୍ରମରେ ଯୋଗଦେବାକୁ ସବୁ ବନ୍ଧୁବାନ୍ଧବ ସହିତ ଗ୍ରାମ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିଲେ।

ଦଶାହ କାର୍ଯ୍ୟ ସରିବା ପରେ ଘରକୁ ଆସିବାବେଳେ ଦେଖିବାକୁ ପାଇଲେ ତପନ ନାହିଁ।ଘରୁଆ ଲୋକ ଖୋଜାଖୋଜି କରିବାରେ ଅପରାହ୍ନରେ ତାର ଶବକୁ ପଡ଼ିଆରୁ ଉଦ୍ଧାର କରିଥିଲେ। ସେତେବେଳକୁ ତପନ ଚେତା ଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ଚିକିତ୍ସା ନିମନ୍ତେ ପିପିଲି ଡାକ୍ତରଖାନାକୁ ନେଇଯାଇଥିଲେ।ତେବେ ସେଠାରେ ଚିକିତ୍ସା କରୁଥିବା ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଵଳଙ୍ଗା ପୋଲିସ ଖବର ପାଇ ଶବକୁ ଜଵତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀକୁ ପଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking