ବାଲେଶ୍ୱର: ୯ମ ଶ୍ରେଣୀ ଛାତ୍ରକୁ ଭୁଜାଲିରେ ହାଣିଲା ୧୦ ମ ଶ୍ରେଣୀ ଛାତ୍ର । ରେମୁଣା ହାଇସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଛାତ୍ର ଜଣକ ଏଫଏମ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣରେ ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଆସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଛାତ୍ର ଜଣକ ଥାନାରେ ଆତ୍ମସମର୍ପଣ କରିଛି । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମସମର୍ପଣ କରିଥିବା ଛାତ୍ରଙ୍କୁ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ ପଚରାଉଚରା କରୁଛି ପୋଲିସ ।










