ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲାରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ଡାକ୍ତରଖାନା ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାର ମୁରୀ ପ୍ରଦାନ କରିଛ” । ଏହି ଡାକ୍ତରଖାନା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ମମାପ୍ତ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛ” ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶଣେଶ ରାମ ସିଂହ ଖୁଣ୍ଟିଆ । ବିଧାୟକ ପ୍ରଶ୍ନରେ ମନ୍ତ୍ରୀ କହିଛ” ଯେ ବର୍ତ୍ତମାନ ରାଜ୍ୟରେ ୪ଟି ଇଏଏସ୍ଆଇ ଡାକ୍ତରଖାନା ରହିଛି । ଏଗୁଡିକ ଭୁବନେଶ୍ୱର, ଚୌଦ୍ୱାର, କାଂସବାହାଲ ଓ କେକେପୁର ଠାରେ କାର୍ଯ୍ୟ କରୁଛି । ଏହି ଡାକ୍ତରଖାନାଗୁଡିକରେ ବର୍ଷକୁ ପ୍ରାୟ ୨ଲକ୍ଷ ୮୦ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଝାରସୁଗୁଡା ଠାରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମୁରୀ ପ୍ରଦାନ କରିଛନ୍ତି । ରାଜ୍ୟ ତରଫରୁ ଆବଶ୍ୟକୀୟ ଜମି ଯୋଗାଇବାପାଇଁ ଚିହ୍ନଟ ପ୍ରକ୍ରିୟା ଓ ଆନୁଷଙ୍ଗିକ କାର୍ଯ୍ୟ ସମାପ୍ତ ହୋଇଛି । ତେବେ ଏହି ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ ଜମି ଅଧିଗ୍ରହଣ କରିନାହାନ୍ତି । ଜମି ଅଧିଗ୍ରହଣ ପରେ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ନିଗମ ଦ୍ୱାରା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।










