ବ୍ରହ୍ମପୁର: ଦୁଇଦିନ ହେଲା ଅନ୍ଧାରରେ ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡ । ଆମ ବସ ଚାଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହୀନସ୍ତା । ଗତ ଶନିବାର ଦିନ ହଳଦିଆପଦର ବସଷ୍ଟାଣ୍ଡ ଠାରେ ଥିବା ଟ୍ରାନ୍ସଫରମର୍ ପୋଡି ଯାଇଥିଲା । ଟ୍ରାନ୍ସଫରମର୍ ପୋଡି ଯିବା ଯୋଗୁଁ ଶନିବାର ଆମ ବସ୍ ଚାର୍ଜ ନହୋଇପାରି ଅଧା ବସ ଚଳାଚଳ ହୋଇନଥିଲା । ଗତକାଲି ମଧ୍ୟ ଟ୍ରାନସଫରମର ମରାମତି ହୋଇନଥିବା ଯୋଗୁଁ ଗୋଟିଏ ବି ଆମ ବସ୍ ଚାର୍ଜ ହୋଇନାହିଁ । ଫଳରେ ବସ ଚଳାଚଳ ହୋଇନଥିଲା । କେବଳ ବସଷ୍ଟାଣ୍ଡ କୋଠାକୁ ଇଲେକ୍ଟ୍ରି ଯାଇଥିବା ବେଳେ ସମ୍ପୂର୍ଣ୍ଣ ଅନ୍ଧାର ହୋଇ ରହିଛି ହଳଦିଆପଦର ବସଷ୍ଟାଣ୍ଡ । ଆମ ବସ୍ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।










