28.1 C
Bhubaneswar
Monday, March 30, 2026
Homeଓଡିଶାଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣୀ

ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣୀ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ନୟାଗଡ଼ର ସବଟ୍ରେଜେରୀ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସରୋଜ କୁମାର ସାହୁଙ୍କୁ ଗିରଫ ଓଡିଶା ଭିଜିଲାନ୍ସ । ଜଣେ ପେନସନଭୋଗୀଙ୍କ ସପକ୍ଷରେ ପେନସନଭୋଗୀଙ୍କଠାରୁ ୩ ହଜାର ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଧରାପଡିଛନ୍ତି ।ଲାଞ୍ଚ ଦାବି କରି ସେ କହିଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରାନଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ। ଲାଞ୍ଚ ଦାବିରେ ପୀଡିତ ହୋଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ସବୁ କିଛି କହିଥିଲେ । ଏହା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାନ୍ଧିଛି ଭିଜିଲାନ୍ସ  ବିଭାଗ । ଏହାସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଅନ୍ୟପକ୍ଷେ ସରୋଜଙ୍କ ନିଜ ଘର ସମେତ ଦୁଇଟି ସ୍ଥାନରେ ଚଢ଼ାଉ ଜାଲିଥିବା ଭିଜିଲାନ୍ସ ସୁତ୍ରରୁ ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking