ଭୁବନେଶ୍ୱର: ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ ସମ୍ପୁର୍ଣ୍ଣ ଗୋପନୀୟ ରହିବ । ଏହା ମଧ୍ୟ ଆରଟିଆଇ ଆକ୍ଟ ପରିସରଭୁକ୍ତ ହେବ ନାହିଁ । ଏନେଇ ସୂଚନା ଦେଲେ ଭାରତୀୟ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣନ । କୋର୍ଟ ପାଖରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି । କୌଣସି ଅଧିକାରୀ ମଧ୍ୟ ଏହି ତଥ୍ୟକୁ ଅନ୍ୟତ୍ର ବ୍ୟବହାର କରିବା ମନା ବୋଲି ସୂଚନା ଦେଇଛନ୍ତି ଭାରତୀୟ ଜନଗଣନା କମିଶନର ।










