ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ସାହାରା ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁଇ ଦୁର୍ବୃତ୍ତ । ଏହି ଘଟଣାରେ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ପାଖକୁ ଆସିଥିଲେ ।ଚନ୍ଦକା ଅଞ୍ଚଳରେ ଏକ ଘରୋଇ କାର୍ଯ୍ୟାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି ମହିଳାଙ୍କ ସ୍ୱାମୀ । ଉଭୟ ଭଡା ଘରେ ରହିଥିଲେ । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ମହିଳା ଜଣଙ୍କ ରାଗରେ ପୁଣି ପଶ୍ଚିମବଙ୍ଗ ଫେରିଯିବାକୁ ବାହାରିପଡିଥିଲେ । ମହିଳା ଜଣଙ୍କ ଚନ୍ଦକାରୁ ଷ୍ଟେସନ ବାଟ ପାଇନଥିବାରୁ ଜଣେ ଯୁବକ ତାଙ୍କ ପାଖରେ ପହଞ୍ଚି ଷ୍ଟେସନରେ ଛାଡି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଷ୍ଟେସନରେ ଛାଡିଦେବାର ଆଳ ଦେଖାଇ ତମାଣ୍ଡୋ ଥାନା ଅଞ୍ଚଳ ରଣସିଂହପୁରରେ ଥିବା ଏକ ପରିତ୍ୟକ୍ତ ଘରକୁ ମହିଳା ଜଣଙ୍କୁ ନେଇ ତାଙ୍କର ଆଉ ଏକ ସହେଯାଗୀକୁ ଡାକିଥିଲେ । ସେତେବେଳେ ମହିଳା ଜଣଙ୍କ ପାଟି କରିବାରୁ ସେମାନେ ତାଙ୍କ ପାଟିକୁ ବନ୍ଦ କରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପରେ ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ଛାଡି ଘଟଣାସ୍ଥଳରୁ ଚାଲିଯାଇଥିଲେ । ତେବେ ମହିଳା ଜଣଙ୍କ ବେସାହାରା ଅବସ୍ଥାରେ ତମାଣ୍ଡୋ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ । ପରେ ଥାନା ପକ୍ଷରୁ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଥିଲା । ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ପରେ ମହିଳାଙ୍କ ଅଭିଯୋଗ ଆଧାରରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସବୁ ତଥ୍ୟ ପ୍ରମାଣ ମିଳିଥିଲା। ସେତେବେଳେ ଦୁଇ ଅଭିଯୁକ୍ତକୁ ଅଭିଯୁକ୍ତକୁ କାବୁ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।










