ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ । ପତିତପାବନ ବାନା ଦଣ୍ଡ ଉପରେ ବସିବା ପରେ ଉଡିଗଲା । ଅନ୍ୟପଟେ ଏହି ଘଟଣା ବିପଦ ସଙ୍କେତ ଓ ଅମଙ୍ଗଳ ବୋଲି କେହି କେହି କହୁଥିବା ବେଳେ ଆଉ କେହି କହୁଛନ୍ତି, ଏହା ଏକ ସ୍ୱାଭାବିକ କଥା । ଅନେକ ସମୟ ଧରି ପକ୍ଷୀଟି ଉଡିବା ବେଲେ ଆଶ୍ରୟ ପାଇଁ ପତିତପାବନର ମୁଖ୍ୟ ଦଣ୍ଡରେ ବସି ପଡି ଥାଇପାରେ । ପୂର୍ବରୁ କିଛି ଦିନ ତଳେ ନୀଳ ଚକ୍ର ଚାରିପାଖରେ ଅନେକ ଚିଲ ଉଡି ବୁଲୁଥିଲେ । ଏହି ଘଟଣା ପ୍ରଥମ ନୁହେଁ, ଏଭଳି ଦୃଶ୍ୟ ଶ୍ରୀମନ୍ଦିରରେ ବହୁ ଥର ଦେଖାଦେଇଛି ।










