30.1 C
Bhubaneswar
Monday, March 30, 2026
Homeଓଡିଶାଟ୍ରକ ଧକ୍କାରେ ଅଟୋ ଓଲଟି ଜଣେ ମୃତ

ଟ୍ରକ ଧକ୍କାରେ ଅଟୋ ଓଲଟି ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳ ୮ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି । ଅଟୋକୁ ପଛରୁ ଏକ ଟ୍ରକ ଧକ୍କା ଦେବାରୁ ଅଟୋଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୀରସିଂହଗଡର ବେଦ ଖରସେଲ । ଅନ୍ୟ ଆହତଙ୍କ ପରିଚୟ ଏଯାଏଁ ମିଳିନାହିଁ । ସୂଚନା ଅନୁଯାୟୀ, ବୀରସିଂହଗଡରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ମାନେଶ୍ୱର ସାପ୍ତାହିକ ବଜାରକୁ ଯାଉଥିଲା । ଏହହି ସମୟରେ ପଛରୁ ଆସୁଥିବା ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟ ଗାଡିକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking