32.1 C
Bhubaneswar
Saturday, March 28, 2026
Homeଓଡିଶାମନ୍ତ୍ରୀ କହୁଛନ୍ତି ଗ୍ୟାସ ସଙ୍କଟ ନାହିଁ, ଲୋକେ ଲାଇନରେ କାହିଁକି

ମନ୍ତ୍ରୀ କହୁଛନ୍ତି ଗ୍ୟାସ ସଙ୍କଟ ନାହିଁ, ଲୋକେ ଲାଇନରେ କାହିଁକି

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଛି ଗ୍ୟାସ ସମସ୍ୟା । କେବେ ମିଳିବ ଲୋକଙ୍କୁ ଆଶ୍ୱସ୍ତି । ଏଲପିଜି ସମସ୍ୟା ନେଇ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଲପିଜି ଦର ଶୁଣି ଛାନିଆ ଲାଗୁଛି । ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ଏପଟେ ରାଜ୍ୟରେ ଏଲପିଜି ମହଜୁଦ ଅଛି , ଯୋଗାଣ ବ୍ୟବସ୍ଥା ସୁଦୃଢ କରାଯାଉଛି , ଲାଇନ ଲଗାନ୍ତୁ ନାହିଁ ଏଭଳି କିଛି ବଡ ବଡ କଥା କହୁଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  । କମର୍ସିଆଲ ଗ୍ୟାସ ଯୋଗାଣ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇ  ୧୪ ମାର୍ଚ୍ଚରୁ ପ୍ରାୟ ୩୦,୦୦୦ ଟନ ବାଣିଜ୍ୟିକ ଏଲପିଜି ଯୋଗାଣ ହୋଇଛି  ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ  ସଚିବ ସୁଜାତା ଶର୍ମା ପ୍ରେସମିଟ କରି ସୂଚନା ଦେଉଛନ୍ତି । ହେଲେ ତାହାର ପ୍ରଭାବ କେଉଁଠି ବି ପଡୁନାହିଁ । ବରଂ ଖାଉଟିଙ୍କୁ ଚଢା ଦରରେ ବିକ୍ରି କରାଯାଉଛି । ଗ୍ୟାସ ସିଲିଣ୍ଡର ବୁକିଂ ହେଉଛି ସତ ମୋବାଇଲକୁ ଓଟିପି ଆସୁଛି । ହେଲେ ଡେଲିଭରି ହେଉନାହିଁ । ଏବେ ପ୍ରଶ୍ନ ଉଠୁଛି ଯଦି ଗ୍ୟାସ ଅଣାଯାଉଛି ତେବେ ଲୋକଙ୍କୁ ନ ମିଳି ଯାଉଛି କୁଆଡେ?

ଗଣମାଧ୍ୟମରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହୁଛନ୍ତି କଳାବଜାରୀ ଉପରେ ନଜର ରଖିଛୁ, ସେମିତି ହେଲେ ଦୃଢ କାର୍ଯ୍ୟାନଷ୍ଠାନ ନେବୁ ହେଲେ ତାହା କାହିଁ କାର୍ଯ୍ୟକାରୀ ହେଉନାହିଁ । ଓଲଟା ଆହୁରି ଦ୍ୱିଗୁଣା ଦରରେ ମନ ମୁତାବକ ଗ୍ୟାସ ବିକ୍ରି କରୁଛନ୍ତି ଦଲାଲ। ବଡ କଥା ହେଉଛି ଦୋକାନରେ ଗ୍ୟାସ ସିଲିଣ୍ଡର ଦର କେଜି ପିଛା ପୂର୍ବରୁ ୧୨୦ ଥିବା ବେଳେ ଯୁଦ୍ଧ ଯୋଗୁଁ  ବର୍ତ୍ତମାନର ଦର ୩୫୦ ହୋଇଛି, ଆଉ କେଉଁଠି ୪୦୦ ହୋଇଥିବା ମଧ୍ୟ କୁହାଯାଇଛି । ଯଦି ଏଭଳି ଦର  ସମାନ ରୁହେ ତେବେ ଲୋକମାନେ ଚଳିବେ କିପରି । ଛାତ୍ର ଛାତ୍ରୀ ମାନେ ଯେଉଁମାନେ ପାଠ ପଢିବା ପାଇଁ  ଭୁବନେଶ୍ୱର ଆସି ରହୁଛନ୍ତି ସେମାନେ କେତେ ଅସୁବିଧାର ସମ୍ମୁଖୀନ ହେଉନଥିବେ ତାହା ଭାବନ୍ତୁ । ଆଉ ଯେଉଁମାନେ ଚାକିରୀ ପାଇଁ ଭୁବନେଶ୍ୱରରେ ରହୁଛନ୍ତି , ଯାହାର ମାସିକ ଆୟ ଭଲ ନଥିବ ସେମାନେ  ଯଦି ଏହି ଗ୍ୟାସ ପିଛା ଟଙ୍କା ସାରନ୍ତି, ସେମାନେ ଆଉ କେତେ ଟଙ୍କା ସଞ୍ଚୟ କରିବେ, ଆଗକୁ ଚଳିବେ କିପରି ତାହା ଏବେ ବଡ ପ୍ରଶ୍ନ ।  କେବେ ଟଳିବ ଏହି ଏଲପିଜି ସମସ୍ୟା , ଆଉ ପୂର୍ବ ଦରକୁ କେବେ ଆସିବ ସେହି ଦିନକୁ ଲୋକଙ୍କ ଅପେକ୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking