ଭୁବନେଶ୍ୱର: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ । ଏନେଇ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟାରେ ହେବ । ଗତଥର ଲଟେରୀ ପାଇଥିବା ଦୋକାନଗୁଡିକର ସମୟସୀମା ୩୧ରେ ସରୁଛି । ୩ ଷ୍ଟାରରୁ ଅଧିକ ହୋଟେଲରେ ବାରର ପ୍ରାବଧାନ ଥିବାରୁ ଅନ ସପ ଅନୁମତି ମିଳିଛି । ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେତିକି ଅଫ ସପ ଥିଲା , ସେ ସବୁର ଏମଜିଇଆର ସ୍ଥିର ହେବ ।










