ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ଏଲପିଜି ଅଭାବ ମଧ୍ୟରେ ଦେଶରେ ଲକଡାଉନ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, କିଛି ନେତାଙ୍କ କହିବା ଅନୁସାରେ ଲକଡାଉନ ହେବ ଏବଂ ଇନ୍ଧନର ଅଭାବ ହେବ । ଏହା ଭିତ୍ତିହୀନ । କୋଭିଡ ସମୟରେ ଆମେ ଯେପରି ଲକଡାଉନ ଦେଖିଥିଲୁ, ସେପରି କୌଣସି ଲକଡାଉନ ହେବ ନାହିଁ । ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ପଷ୍ଟ କରିଥିଲେ ଯେ, ଦେଶରେ କୌଣସି ପ୍ରକାରର ଲକଡାଉନ ହେବ ନାହିଁ । ଏଭଳି ଗୁଜବକୁ ପ୍ରସାର ନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ, ନିର୍ମଳା ସୀତାରମଣ ପୂର୍ବରୁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କ ହ୍ରାସକୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଏପରି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ପଶ୍ଚିମ ଏସିଆ ବିବାଦ ଯୋଗୁଁ ଗ୍ରାହକମାନଙ୍କୁ ଅଶୋଧିତ ତୈଳର ବୃଦ୍ଧି ପାଉଥିବା ମୂଲ୍ୟରୁ ରକ୍ଷା କରିବା।”ପ୍ରଥମେ, ଯେତେବେଳେ ବି ବିଶ୍ୱରେ ଏପରି ସଙ୍କଟ ଆସେ ଏବଂ ଏହାର ପ୍ରଭାବ ଭାରତ ଉପରେ ପଡ଼େ ମାନ୍ୟବର ପ୍ରଧାନମନ୍ତ୍ରୀ ତୁରନ୍ତ ଏହାର ଜବାବ ଦିଅନ୍ତି ଯାହା ଦ୍ୱାରା ଜନସାଧାରଣଙ୍କ ଉପରେ ବୋଝ ନପଡ଼େ ଏବଂ ଜନସାଧାରଣ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର କୌଣସି ଅସୁବିଧା କିମ୍ବା ଅଭାବର ସମ୍ମୁଖୀନ ନହୁଏ।










