ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଭିତରେ ପ୍ରମୁଖ ତୈଳ ପରିବହନକାରୀ ମାର୍ଗ ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିବା ବେଳେ ଭାରତରେ ଏଲପିଜି ନେଇ ପହଞ୍ଚିଛି ଆଉ ଏକ ଜାହାଜ ଜଗ ବସନ୍ତ । ଶୁକ୍ରବାର ଜଗ ବସନ୍ତ ଗୁଜୁରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି । ଜାହାଜରେ ୪୨,୦୦୦ ମେଟ୍ରିକ ଟନ ଏଲପିଜି ରହିଛି । ସୋମବାର ଜଗ ବସନ୍ତ ଓ ଆଉ ଏକ ଏଲପିଜି ଟ୍ୟାଙ୍କର ପାଇନ ଗ୍ୟାସ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହର୍ମୁଜ ପ୍ରଣାଳୀ ପାର ହେବାକୁ ଦୁଇ ଜାହାଜକୁ ଅନ୍ୟ ଏକ ମାର୍ଗ ଦେଇ ଆସିବାକୁ ପଡୁଥିଲା । ଏହି ଜାହାଜଗୁଡିକ ଆରବ ସାଗରରେ ସ୍ୱଳ୍ପ ଏବି ସିଧା ପାରମ୍ପରିକ ପଥ ପରିବର୍ତ୍ତେ କେଶ୍ମ ଲାରାକ ଚ୍ୟାନାଲ ଦେଇ ହର୍ମୁଜ ପ୍ରଣାଳୀ ପାର କରୁଥିଲେ । ଟ୍ୟାଙ୍କରଗୁଡିକ ସମ୍ଭବତଃ ଇରାନ କର୍ତ୍ତୃପକ୍ଷଙ୍କ ଠାରୁ ପାର ହେବା ପାଇଁ ପୂର୍ବ ଅନୁମୋଦନ ପାଇଥିଲେ । ଜଗ ବସନ୍ତ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ ଗୁଜୁରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ ଥିଲେ । ଶିବାଲିକ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ମାର୍ଚ୍ଚ ୧୬ ତାରିଖରେ ପହଞ୍ଚିଥିବା ବେଳେ ନନ୍ଦା ଦେବୀ ଏହାର ଦିନକ ପରେ ଗୁଜୁରାଟର ଭାଡିନାର ବନ୍ଦରରେ ପହଞ୍ଚିଥିଲା । ଦୁଇଟି ଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ ଟନ ଏଲପିଜି ଭାରତ ପହଞ୍ଚିଥିଲା ।









