ସୁନ୍ଦରଗଡ: ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ୧୧ ଜଣ ଛାତ୍ର ଓ ୮ ଜଣ ଛାତ୍ରୀ ରହିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନବୋଧ ପୁରୁଷେଠଙ୍କ କହିବା ଅନୁସାରେ ଏହି ବିଦ୍ୟାଳୟର ମୋଟ ୪୮ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହନ୍ତି । ଅନ୍ୟଦିନ ଭଳି ବୁଧବାର ମଧ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଓ ରାତ୍ରି ବୋଜନ ସ୍ୱାବାବିକ ଭାବେ କରିଥିଲେ । ଅପରାହ୍ଣରେ ବିଦ ଧରୁଆଡିହି ଥାନା ପୋଲିସ ପକ୍ଷରୁ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଜଳଖିଆ ଦିଆଯାଇଥିଲା । ଗୁରୁବାର ସକାଳେ କେତେକ ଛାତ୍ରଛାତ୍ରୀ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।










