କଟକ: କଟକକୁ ନିଆଁ ଭୟ। କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କରୋଡ ସ୍ଥିତ ଏଲଆଇସି ଅଫିସରେ ଆଜି ଭୋର ସାଢ଼େ ୫ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ତୁରନ୍ତ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତିନୋଟି ଦମକଳ ଗାଡ଼ି । ୨୨ ଜଣ ଫାୟାର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମର ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରଯାଇଥିଲା । ନିଆଁ ଲାଗି ଏଲଆଇସି କାର୍ଯ୍ୟାଳୟରେ ଭିତରେ ଦୁଇଟି ରୁମରେ ଥିବା ସମସ୍ତତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏଲଆଇସି କାର୍ଯ୍ୟାଳୟରେ ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ସିଧା ସଳଖ ଭାବେ କହିଛନ୍ତି ।










