କନ୍ଧମାଳ: ମୋଷ୍ଟ ୱାଣ୍ଟେଡ ମାଓ ନେତା ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଶୁକ୍ରୁ ଆତ୍ମସମର୍ପଣ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏନେଇ ଓଡିଶା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଶୁକ୍ରୁଙ୍କୁ ଧରିବା ପାଇଁ ବହୁ ଚେଷ୍ଟା କରୁଥିଲା ଏସଓଜି ଯବାନ । ଏମିତିକି ଡ୍ରୋନ ସାହାଯ୍ୟରେ ଶୁକ୍ରୁଙ୍କ ଉପରେ ନଜର ରଖାଯାଉଥିଲା । ଶୁକ୍ରୁ ସହ ଆଉ ୪ ମାଓବାଦୀଙ୍କର ଓଡିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛି । ଏକେ – ୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଶୁକ୍ରୁକୁ ଧରାଇଦେବା ପାଇଁ ୫୫ ଲକ୍ଷର ପୁରସ୍କାର ଥିଲା । କନ୍ଧମାଳରେ ବେଶ ସକ୍ରିୟା ଥିଲା ମାଓ ନେତା ଶୁକ୍ରୁ । ଏଇଟ୍ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲା ଶୁକ୍ରୁ । ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଆହ୍ନାନ ଦେଇଥିଲା ଓଡିଶା ପୋଲିସ । ଶିଲା ସମେତ ଆଉ ୬ ଜଣଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ ଚାଲିଛି । କନ୍ଧମାଳ- ଗଞ୍ଜାମ- ଗଜପତି ସୀମାନ୍ତରେ ଜୋରଦାର କମ୍ବିଂ ଅପରେସନ ଚାଲିଛି । ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଡେଡଲାଇନ ଧାର୍ଯ୍ୟ କରାଯାଇଛି ।










